Breaking News

ଗୁରୁତର ଅବସ୍ଥା ରେ ଚିକିତ୍ସିତ ଶ୍ରମିକ ମାନ ଙ୍କ ପାଖରେ ପହଁଚିଲା ଶ୍ରମ ବିଭାଗ ବୌଦ୍ଧ

ମିଳିଥିବା ସୂଚନା ଅନୁଯାଇ ଗତ କାଲି ଅର୍ଥାତ ତା ୨୨.୧୦.୨୦୨୫ ବୁଧବାର ସନ୍ଧ୍ୟା ପ୍ରାୟ ୭ ଘଂଟିକା ସମୟରେ ବୌଦ୍ଧ ଓ କନ୍ଧମାଳ ଜ଼ିଲ୍ଳା ସୀମାନ୍ତ ଘଣ୍ଟାପଡା ଥାନା ଅନ୍ତର୍ଗତ ଅଂଚଳରେ ଏକ ମର୍ମାନ୍ତୁଦ ଦୁର୍ଘଟଣା ଘଟିଥିଲା। ଏହି ଘଟଣାରେ ୨ ଜଣ ମହିଳା ଶ୍ରମିକ ଙ୍କ ସମେତ ଜଣେ ଚାଳକ ଙ୍କ ମୃତ୍ୟୁ ଘଟିଛି ଓ ୮ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। ବୁଧବାର ରାତିରେ ଶ୍ରମିକ ଙ୍କୁ ନେଇ ଯାଉଥିବା ଏକ ପିକପ ଭ୍ୟାନ ଓ ହାଇୱ୍ଵା ମଧ୍ୟରେ ଏହି ଦୁର୍ଘଟଣା ଟି ଘଟିଛି। ଗୁରୁତର ମାନଙ୍କୁ ବୌଦ୍ଧ ଜ଼ିଲ୍ଳା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କଣ୍ଟାମାଳ ଗୋଷ୍ଠୀ ସ୍ଵାସ୍ଥ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ମୃତକ ମାନେ ହେଲେ ସମ୍ବଲପୁର ଜ଼ିଲ୍ଲା ର କନକମାଲ ଗାଁ ର ସୁକନ କିସାନ, କମନକିରି ଗାଁ ର କଳାବତୀ କିସାନ ଓ ଗାଡି ଚାଳକ ବୌଦ୍ଧ ଜ଼ିଲ୍ଳା ର ଲୀକୁନ ସାହୁ। ବରଗାଁ ପଞ୍ଚାୟତ ର ଲୋଇସିଙ୍ଗା ସଗଡିଆ ଜୋର ନିକଟରେ କନ୍ଧମାଳ ଜ଼ିଲ୍ଳା ରୁ କଣ୍ଟାମାଳ ଅଭିମୁଖେ ଆସୁଥିବା ଏକା ହାଇୱ୍ଵା ସହ ପିକପ ଭ୍ୟାନ ଟି ଧକ୍କା ହୋଇଥିଲା। ହାଇୱ୍ଵା ଟି ପିକପ ଭ୍ୟାନ ଉପରକୁ ଚଢି ଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତ ରେ ଅଗ୍ନି ସମବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଉକ୍ତ ସ୍ଥାନରୁ ହିଁ ହାଇୱ୍ଵା ଚାଲାକ ଟି ଫେରାର ମାରିଥିବା ଜଣା ପଡିଛି।

ଆଜି ଦିନ ଦିପହରେ ଭାରପ୍ରାପ୍ତ ଜ଼ିଲ୍ଲା ଶ୍ରମ ଅଧିକାରୀ,ବୌଦ୍ଧ କନ୍ୟାକୁମାରୀ ସାହୁ ପ୍ରଥମେ କଣ୍ଟାମାଳ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଂଚି ଥିଲେ ଓ ଡାକ୍ତର ଙ୍କ କହିବା ଅନୁଯାଇ ସେ ଜାଣିବାକୁ ପାଇଥିଲେ ଯେ ଚିକିତ୍ସାଧୀନ ଅବସ୍ଥା ରେ ଥିବା ସମସ୍ତ ଶ୍ରମିକ ଙ୍କ ସ୍ୱାସ୍ଥ୍ୟବସ୍ତା ଗୁରୁତର ହେବରୁ ଦୁଇ ଜଣଙ୍କୁ ସୁବର୍ଣ୍ଣପୁର ଜ଼ିଲ୍ଳା ମୁଖ୍ୟ ଚିକିତ୍ସାଳୟ ଓ ବାକି ୬ ଜଣଙ୍କୁ ବଲାଙ୍ଗୀର ଜ଼ିଲ୍ଳା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି। ତୁରନ୍ତ ଖବର ପାଇ ଶ୍ରମ ଅଧିକାରୀ କନ୍ୟାକୁମାରୀ ସାହୁ ଓ ପ୍ରଭାଗୀୟ ଶ୍ରମ ଆଯୁକ୍ତ ଦିଲେଶ୍ଵର ଖାଖା ଙ୍କ ସହିତ ପ୍ରଥମେ ସୁବର୍ଣ୍ଣପୁର ଓ ପରେ ପରେ ଜ଼ିଲ୍ଳା ମୁଖ୍ୟ ଚିକିତ୍ସାଳୟ ବଲାଙ୍ଗୀର ରେ ପହଂଚି ଶ୍ରମିକ ମାନଙ୍କ ସ୍ୱସ୍ଥାବସ୍ତା ବିଷୟରେ ଡାକ୍ତରଙ୍କ ଠାରୁ ବୁଝାସୁଝା କରିଥିଲେ ଓ ଶ୍ରମିକ ମାନଙ୍କୁ ତାଙ୍କ ର ଅସୁବିଧା କଥା ପଚାରି ବୁଝିଥିଲେ।ଗାଡି ଚାଳକ ଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣ ଶ୍ରମିକ ସୁବର୍ଣ୍ଣପୁର ଜ଼ିଲ୍ଲାର ହୋଇଥିବା ବେଳେ ବାକି ସମସ୍ତ ଶ୍ରମିକ ସମ୍ବଲପୁର ଜ଼ିଲ୍ଳା ର ହୋଇଥିବାରୁ ଜ଼ିଲ୍ଳା ଶ୍ରମ କାର୍ଯ୍ୟାଳୟ ସମ୍ବଲପୁର ସହ ଓ ଜ଼ିଲ୍ଳା ଶ୍ରମ କାର୍ଯ୍ୟାଳୟ ସୁବର୍ଣ୍ଣପୁର ସହ ମଧ୍ୟ ସମସ୍ତ ଶ୍ରମିକ ଙ୍କ ର ପଞ୍ଜିକରଣ କରିବା ପାଇଁ ଭାରପ୍ରାପ୍ତ ଜ଼ିଲ୍ଳା ଶ୍ରମ ଅଧିକାରୀ ସୁଶ୍ରୀ ସାହୁ ତାଙ୍କୁ ଯୋଗାଯୋଗ କରିଥିଲେ।

Related Articles

Back to top button