Breaking News

ରେଘାମୁଣ୍ଡାସ୍ଥିତ ଭାଇ ବୋହୁ .ଦେଢଶୁର ପର୍ଯ୍ୟଟନ ସ୍ଥଳିର ଉନ୍ନତିକରଣ ନିମନ୍ତେ ଶିଳାନ୍ୟାସ

କଣ୍ଟାମାଳ,୨୪।୧୦।୨୫ ସମର୍ଥ ସମାଚାର(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତ ଅନ୍ତର୍ଗତ ରେଘାମୁଣ୍ଡା ଗ୍ରାମ ନିକଟସ୍ଥ ଭାଇ ବୋହୁ- ଦେଢଶୁର ପର୍ଯ୍ୟଟନ ସ୍ଥଳି ମାନ୍ୟତା ପାହାଡ଼ର ଭିତ୍ତିଭୂମିର ବିକାଶପାଇଁ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ତରଫରୁ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପୂର୍ତ୍ତ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ କଣ୍ଟାମାଳ ବିଧାୟକ କହ୍ନେଇଁ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଏହି ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଉକ୍ତ କାର୍ଯ୍ୟ ପାଇଁ ରାଜ୍ୟ ସରକାର ୧କୋଟି ୨ ଲକ୍ଷ ୬୩ ହଜାର ୪୧୭ ଟଙ୍କା ବ୍ୟୟ ଅଟକଳରେ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି l ପୂର୍ତ୍ତ ବିଭାଗ ତରଫରୁ ତଥା ଅଧିକ୍ଷଣ ଯନ୍ତ୍ରୀ ସନ୍ଦିପ କୁମାର ଛୁଆଲ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଶ୍ରୀ ଡାଙ୍ଗଯୋଗ ଦେଇ ଐତିହ୍ୟ ଉକ୍ତ ପାହାଡ଼ର ସୌନ୍ଦର୍ଯ୍ୟକରଣ ହେଲେ ବହୁ ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଉପସ୍ଥିତ ଜନ ସାଧାରଣଙ୍କୁ କହିଥିଲେ। ସେହିପରି ସମ୍ମାନୀତ ଅତିଥିଭାବେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ,ଜୋନ-୧ ଜୋନ-୧ ଜିଲ୍ଲା ପରିଷଦ ସଦସ୍ୟା ସୁମିତ୍ରା ସାହୁ , କନ୍ଧମାଳ ସାଂସଦଙ୍କ କଣ୍ଟାମାଳ ବ୍ଳକ ପ୍ରତିନିଧି ଦିପକ ବାରିକ, ଖମନମୁଣ୍ଡା ସରପଞ୍ଚ ଶ୍ରୀମତୀ ଅଳକା ପ୍ରଧାନ , ଗ୍ରାମର ମୁଖିଆ ବେଣୁଧର ରଣା, ଶିକ୍ଷକ ନେତା ନିଳାଚଳ ଭୋଇ ସମାଜସେବୀ ସତ୍ୟନାରାୟଣ ମାଝୀ, ଅନିଲ ପ୍ରଧାନ,ମୁନା ମିଶ୍ର, ପଞ୍ଚାନନ ସାହୁ ପ୍ରମୁଖ ଯୋଗ ଦେଇଥିଲେ l ସମାଜସେବୀ ଡମ୍ବରୁ କହଁର ମଞ୍ଚ ପରିଚାଳନା କରିଥିଲେ l ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସନ୍ଦୀପ କୁମାର ଛୁଆଲସିଂ ଧନ୍ୟବାଦ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ପୂର୍ତ୍ତି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ନାଏକ, କନିଷ୍ଠ ଯନ୍ତ୍ରୀ ମନୋଜ ରଞ୍ଜନ ନାଏକ, କର୍ମଚାରୀ ଭରତ ସାହୁ , ଠିକାଦାର ଯନ୍ତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର

Related Articles

Back to top button