Breaking News

ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା (ବଳାଙ୍ଗୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବାରିପଦା ପ୍ରଥମସ୍ଥାନ)


===============
ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବାରିପଦା ସହୀଦ ସ୍ମୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଲୋକନୃତ୍ୟ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ ମଞ୍ଚାସୀନ ରହି ଲୋକନୃତ୍ୟର ଉପାଦେୟତା ଉପରେ ଆଲୋକପାତ କରିଥିଲେ l ଜିଲ୍ଲାରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜମୋହନ ମୁର୍ମୁ, ଥିଏଟର ଅଭିନେତା ଓ ନିର୍ଦ୍ଦେଶକ କୁମରମଣି ନାୟକ, ଥିଏଟର ଓ ଫିଲ୍ମର ଅଭିନେତା ଓ ନିର୍ଦ୍ଦେଶକ ଚିନ୍ମୟ ଦାସ ପଟ୍ଟନାୟକ,ଥିଏଟର ଓ ଫିଲ୍ମର ଅଭିନେତା ଓ ନିର୍ଦ୍ଦେଶକ ଧୀର ବସା, ନୃତ୍ୟ ପ୍ରଶିକ୍ଷକ ଲିଟନ ପଟ୍ଟନାୟକ, ନୃତ୍ୟ ଶିଳ୍ପୀ ରିଚା ବାରିକ, ନୃତ୍ୟ ଶିକ୍ଷକ ଅରୂପାନନ୍ଦ ମହଲା ପ୍ରମୁଖ ଯୋଗ ଦେଇଥିଲେ l ବିଚାରକ ଭାବେ ନୃତ୍ୟ ପ୍ରଶିକ୍ଷକ ଲିଟନ ପଟ୍ଟନାୟକ, ନୃତ୍ୟ ଶିଳ୍ପୀ ରିଚା ବାରିକ, ନୃତ୍ୟ ଶିକ୍ଷକ ଅରୂପାନନ୍ଦ ମହଲା ପ୍ରମୁଖ ଯୋଗ ଦେଇଥିଲେ l ପ୍ରତିଯୋଗିତାରେ ବଳାଙ୍ଗୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବାରିପଦା ପ୍ରଥମ, ଲାଲମୋହନପତି ସରକାରୀ ଉଚ୍ଚ ବିଦ୍ୟାଳୟ, ଧନପୁର ଦ୍ଵିତୀୟ, ଓଏଭି, ମାଟିଆଗଡ଼, ଯଶିପୁର ଏବଂ ଜଗବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଲିଯୋଡ଼ା ଯୁଗ୍ମ ତୃତୀୟ ସ୍ଥାନ ହୋଇ ଅତିଥିମାନଙ୍କ ନିକଟରୁ ମାନପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ l ଅତିଥିପରିଚୟ ଶିକ୍ଷକ ନୟନ କୁମାର ଗିରି, ଧନ୍ୟବାଦ ଅର୍ପଣ ବସନ୍ତ କୁମାର ଦତ୍ତ ଦେଇଥିଲେ l କାର୍ଯ୍ୟକ୍ରମପରିଚାଳନା ରେ ପ୍ରଧାନ ଶିକ୍ଷକ ରମେଶ ମାରାଣ୍ଡି, ଶିକ୍ଷକ ମନୋଜ ପାତ୍ର,ଭୀଷ୍ମଦେବ ମହାନ୍ତ, ମନୋଜ ପରିଡା, ସଂଜୀବ ଦଳେଇ,ଦୀପକ ରାମ, ଅଜିତ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମହାନ୍ତ,ଶିକ୍ଷୟିତ୍ରୀ ପ୍ରାର୍ଥନା ମିଶ୍ର, ଅତସୀ କୁଣ୍ଡୁ, ସୁଦତ୍ତା ବାରିକ ପ୍ରମୁଖ ସହଯୋଗ କରିଥିଲେ l ସୂଚନାଯୋଗ୍ୟ ଲୋକନୃତ୍ୟ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାରୀ କରିଥିବା ବଳାଙ୍ଗୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବାରିପଦା ର ଶିକ୍ଷକ ମନୋଜ ପରିଡା ଙ୍କ ସଂଯୋଜନା ରେ ଲୋକନୃତ୍ୟ ଟି ଭୂବନେଶ୍ୱର ରେ ହେବାକୁ ଥିବା ରାଜ୍ୟସ୍ତର ରେ ଅଂଶ ଗ୍ରହଣ କରିବ ବୋଲି ଘୋଷଣା କରାଯାଇଥିଲା l

Related Articles

Back to top button