ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଇ ଡି ଵି ଆଇ ବ୍ୟାଙ୍କ ତରଫରୁ ପ୍ରଦତ୍ତ ଷ୍ଟ୍ରେଚର୍ ଓ ବ୍ୟାଟେରି ଚାଳିତ ଗାଡିର ଶୁଭ ଉଦ୍ଘାଟନ କଲେ ମାନ୍ୟବର ମନ୍ତ୍ରୀ


ବାରିପଦା: ସମାଜ ସେବା ଓ ଜନସ୍ୱାସ୍ଥ୍ୟ ଉନ୍ନତିରେ ଏକ ଅଭିନଵ ପଦକ୍ଷେପ ସ୍ୱରୂପ ଆଇଡିବିଆଇ ବ୍ୟାଙ୍କ ବାରିପଦା ଶାଖା ତାଙ୍କର କର୍ପୋରେଟ୍ ସୋସିଆଲ୍ ରେସ୍ପନସିବିଲିଟି (CSR) ଅଭିଯାନ ଅନ୍ତର୍ଗତ, ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) କୁ ବ୍ୟାଙ୍କ ଦାନ କରିଛି ୧୧ଟି ଷ୍ଟ୍ରେଚର୍ ଓ ଏକ ବ୍ୟାଟେରି ଚାଳିତ ଗାଡି, ଯାହାକି ଏମ ଆର ଆଇ ସେଣ୍ଟର, ଏକ୍ସ-ରେ ବିଭାଗ ନିକଟକୁ ରୋଗୀମାନଙ୍କୁ ନେବା ଆଣିବା ଓ ଚିକିତ୍ସା ସେବାରେ ଅନେକ ସହାୟକ ହେବ। ଏହି ସେବାଧର୍ମୀ କାର୍ଯ୍ୟକ୍ରମଟି ଆଜି DHH ବାରିପଦା ପରିସର ସ୍ଥିତ (ଚାରିତାଲା ଭବନ) ରେ ଆୟୋଜିତ ହୋଇଥିଲା।ଉକ୍ତ ଜନ କଲ୍ୟାଣକାରୀ ସେବାଧର୍ମୀ କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଶୁଭ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ବିଧାୟକ ସରସକଣା, ଶ୍ରୀ ଭାଦବ ହାଁସଦା, ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ କାନ୍ଦରା ସୋରେନ ଓ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ପ୍ରମୁଖ ଉପସ୍ଥିତ ରହିଥିଲେ।ସୁଦୂର ସମ୍ବଲପୁରରୁ ଆସି ଏହି CSR କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଆଇଡିବିଆଇ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ଶ୍ରୀ ଅମିତାଭ ବାଜପେୟୀ ଏବଂ ସେବା ହିଁ ପରମ ଧର୍ମ ବାଣୀକୁ ଯଥାର୍ଥରେ ପ୍ରତିପାଦିତ କରିଥିଲେ। ବାରିପଦା ଶାଖା ମୁଖ୍ୟ ବନଶ୍ରୀ ମହାରଣା ଓ ସମସ୍ତ ବ୍ୟାଙ୍କ କର୍ମଚାରୀମାନେ ଏହି ମହତ ଉଦ୍ୟମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ
ଏହି ପ୍ରୟାସ ନିଶ୍ଚୟ ଜିଲ୍ଲାର ସ୍ୱାସ୍ଥ୍ୟ ସେବାରେ ଏକ ନୂତନ ମାନଦଣ୍ଡ ସ୍ଥାପିତ କରିବ ବୋଲି ମନ୍ତ୍ରୀ କହିବା ସହିତ ବ୍ୟାଙ୍କର ଏଭଳି କାର୍ଯ୍ୟକୁ ଆନ୍ତରିକ ସାଧୁବାଦ ଜଣାଇଥିଲେ।




