Breaking News

ଜୋନସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା (ବାଲେଶ୍ୱର ଜିଲ୍ଲାର ଦହମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ)

ମୟୂରଭଞ୍ଜ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର ଆଦି ଜିଲ୍ଲାକୁ ନେଇ ଜୋନସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଟିଇ ଓ ଏସସିଇଆରଟି, ଓଡିଶା, ଭୂବନେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ମିଳିତଆନୁକୂଲ୍ୟରେ ବାରିପଦାସ୍ଥିତ ସହୀଦ ସ୍ମୃତି ଭବନ ପରିସରରେ ଜୋନସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶିଧର ସିଂହ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିନୋଦ ସିଂ ଯୋଗ ଦେଇଥିଲେ l ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ ମଞ୍ଚାସୀନ ଅତିଥିମାନଙ୍କ ଅତିଥି ପରିଚୟ ଓ ସଭା କାର୍ଯ୍ୟ ପରିଚାଳନା କରିଥିଲେ ଏବଂ ନାଟକର ଉପାଦେୟତା ଉପରେ ଆଲୋକପାତ କରିଥିଲେ l ସମ୍ମାନିତ ଅତିଥି ଭାବେ ଥିଏଟର ଅଭିନେତା ଓ ନିର୍ଦ୍ଦେଶକ କୁମରମଣି ନାୟକ, ଥିଏଟର ଓ ଫିଲ୍ମର ଅଭିନେତା ଓ ନିର୍ଦ୍ଦେଶକ ଚିନ୍ମୟ ଦାସ ପଟ୍ଟନାୟକ,ଥିଏଟର ଓ ଫିଲ୍ମର ଅଭିନେତା ଓ ନିର୍ଦ୍ଦେଶକ ଧୀର ବସା, ନୃତ୍ୟ ପ୍ରଶିକ୍ଷକ ଲିଟନ ପଟ୍ଟନାୟକ, ନୃତ୍ୟ ଶିଳ୍ପୀ ରିଚା ବାରିକ, ନୃତ୍ୟ ଶିକ୍ଷକ ଅରୂପାନନ୍ଦ ମହଲା ପ୍ରମୁଖ ଯୋଗ ଦେବା ସହିତ ପ୍ରତିଯୋଗିତା ର ବିଚାରକ ଭାବେ ମଧ୍ୟ ଯୋଗ ଦେଇଥିଲେ l ପ୍ରତିଯୋଗିତରେ ବାଲେଶ୍ୱର ଜିଲ୍ଲା ର ଦହମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ଜିଲ୍ଲା ର ଭାଗିରଥିପୁର ଉଚ୍ଚ ବିଦ୍ୟାଳୟ, ଅନୁଗୁଳ ଜିଲ୍ଲା ର ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟ,ଅଡଶ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇ ଅତିଥିମାନଙ୍କ ନିକଟରୁ ମାନପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ l ଶ୍ରେଷ୍ଠ ଅଭିନେତା ରୂପେ ବାଲେଶ୍ୱର ଦହମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିବନାରାୟଣ ଦାସ,ଶ୍ରେଷ୍ଠ ଯୁଗ୍ମ ଅଭିନେତ୍ରୀ ରୂପେ ଭଦ୍ରକ ଜିଲ୍ଲାର ଓଏଭି, ସାୟାମପୁର ସୁହାନା ଦାସ ଓ ମୟୂରଭଞ୍ଜ ଜିଲ୍ଲା ର ଲେଡି ହେମିଲଟନ ସରକାରୀ ଉଚ୍ଚ ବିଦ୍ୟାଳୟ, ବାରିପଦା ର ସ୍ଵାଗତିକା ପଣ୍ଡା,ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ବାଲେଶ୍ୱର ଜିଲ୍ଲାର ଦହମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ର ଚନ୍ଦନ କୁମାର ଦାସ,ନାଟକ ଲେଖକ ବାଲେଶ୍ୱର ଜିଲ୍ଲା ର ଦହମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ଦେବଦ୍ରତ ଦେ ଅତିଥି ମାନଙ୍କ ନିକଟରୁ ଟ୍ରଫି, ପୁଷ୍ପ ଗୁଚ୍ଛ ନେଇ ପୁରସ୍କୃତ ହୋଇ ଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରଧାନଶିକ୍ଷକ ରମେଶ ମାରାଣ୍ଡି, ନୟନ କୁମାର ଗିରି, ବସନ୍ତ ଦତ୍ତ, ମନୋଜ ପାତ୍ର, ଭୀଷ୍ମଦେବ ମହାନ୍ତ,ମନୋଜ ପରିଡା, ଦୀପକ ରାମ,ସଂଜୀବ ଦଳେଇ,ଅଜିତ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଶିକ୍ଷୟିତ୍ରୀ ଅତସୀ କୁଣ୍ଡୁ,ପ୍ରାର୍ଥନା ମିଶ୍ର,ସୁଦତ୍ତା ବାରିକ,ଶିକ୍ଷା କର୍ମଚାରୀ ରମେଶ ଚନ୍ଦ୍ର ଜେନା ସହଯୋଗ କରିଥିଲେ l ସୂଚନାଯୋଗ୍ୟ ଜୋନସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାରୀ କରିଥିବା ବାଲେଶ୍ୱର ଜିଲ୍ଲାର ଦହମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଭୂବନେଶ୍ୱର ରେ ହେବାକୁ ଥିବା ରାଜ୍ୟସ୍ତର ରେ ଅଂଶ ଗ୍ରହଣ କରିବ ବୋଲି ଘୋଷଣା କରାଯାଇଥିଲା l

Related Articles

Back to top button