କୋଦଳା ଥାନା ର ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ


ତା 23/10/2025 ରିଖ ଗୁରୁବାର ଦିବା 11 ଘଟିକା ସମୟରେ କୋଦଳା ପୋଲିସ ଥାନା ତରଫରୁ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସର ରେ ମହାବିଦ୍ୟାଳୟ ର କର୍ମଚାରୀ ଙ୍କ ସହଯୋଗୀତା ରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ କୋଦଳା ବିଜ୍ଞାପିତ ଅଂଚଳ ପରିଷଦ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରଙ୍କର ଏ କାର୍ଯ୍ୟକ୍ରମ ର ଭୁୟସୀ ପ୍ରଶଂସା କରିଥିଲେlଅନ୍ୟ ଅତିଥି ମାନଙ୍କ ମଧ୍ୟରେ କୋଦଳା ବିଜ୍ଞ୍ୟାପିତ ଅଂଚଳ ପରିଷଦ ର ଉପାଧ୍ୟକ୍ଷା ଶ୍ରୀମତୀ ରଂଜିତା ସେଠି, ଶ୍ରୀଯୁକ୍ତ ସୁଜିତ କୁମାର ନାୟକ, ଏସଡିପିଓ, ପୁରୁଷୋତ୍ତମପୁର, ଶ୍ରୀଯୁକ୍ତ ରଘୁନାଥ ମୁଦୁଲି, ଅଧକ୍ଷ, ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ, କୋଦଳା, ଡ଼କ୍ଟର ଦତ୍ତରମ ବିଷୋୟୀ, ଅଧ୍ୟକ୍ଷ, ଲଷ୍ମୀନାରାୟଣ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ,କୋଦଳା,ସିଏଫେଲ ସଂଯୋଜକ ଶ୍ରୀଯୁକ୍ତ ରାଜେନ୍ଦ୍ର ସେଠି ଯୋଗଦେଇ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ଉପସ୍ଥିତ ଛାତ୍ରଛାତ୍ରୀ ଓ କର୍ମଚାରୀ ମାନଙ୍କୁ ସାଇବର ସୁରକ୍ଷା ସମ୍ବନ୍ଧେ ସଚେତନ କରାଇଥିଲେ l ଏହି କାର୍ଯ୍ୟକ୍ରମ କୁ କୋଦଳା ଥାନା ଅଧିକାରୀ ଶ୍ରୀଯୁକ୍ତ ସୁବାଷ ବେହେରା ପରିଚାଳନା କରିଥିଲେ ଏବଂ କୋଦଳା ଥାନାର ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ lପରିଶେଷରେ ଅତିଥି ମାନଙ୍କ ଦ୍ୱାରା କୁଇଜ଼ ପ୍ରତିଯୋଗିତା ରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଂକୁ ପୁରସ୍କାର ବଣ୍ଟନ କରାଯାଇଥିଲା l




