Breaking News

ପ୍ରାଣୀ ଚିକିତ୍ସାଧିକାରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ): ପୁରୁଣାକଟକ ପ୍ରାଣୀ ଚିକିତ୍ସାଳୟରେ ହରଭଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ବିରେନ୍ଦ୍ର କୁମାର ପୃଷ୍ଟି ଓ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ପ୍ରତିଭା ପାଢ଼ୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ବିଭୂତି ପଣ୍ଡା ସଭାପତିତ୍ବ କରିଥିଲେ ଏବଂ କରଞ୍ଜକଟା ପ୍ରାଣୀଧନ ନିରୀକ୍ଷକ ଶ୍ରୀଯୁକ୍ତ ମନୋଜ ମହାପାତ୍ର ପରିଚାଳନା କରିଥିଲେ। ସମ୍ମାନିତ ଅତିଥି ଭାବେ ହରଭଙ୍ଗା ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀ ରାକେଶ ସ୍ୱାଇଁ ଯୋଗଦାନ କରିଥିଲେ।ଏହି ପରିପ୍ରେକ୍ଷୀରେ ଆଜିର ଦିନକୁ ସ୍ମରଣୀୟ କରିବା ପାଇଁ ବନାନୀ ବେଷ୍ଟିତ ଦୁର୍ଗମ ଗ୍ରାମ ଅତଲସରାରେ ଏକ ପ୍ରାଣୀଚିକିତ୍ସା ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା।ଏହି ବିଦାୟକାଳୀନ ସଭାରେ ହରଭଙ୍ଗା ପ୍ରାଣୀ ଚିକିତ୍ସାଳୟ ର ସମସ୍ତ କର୍ମଚାରୀ ତଥା ବହୁ ଚାଷୀ ଉପସ୍ଥିତ ରହିଥିଲେ।

Related Articles

Back to top button