Breaking News
କଣ୍ଟାମାଳ ଗସ୍ତରେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ, ବିଭିନ୍ନ ସ୍ଥାନ କଲେ ପରିଦର୍ଶନ

କଣ୍ଟାମାଳ: ୧୦/୯/୨୫ ସମର୍ଥ ସମାଚାର, (ପ୍ରଭାତ କୁମାର ସାହୁ)
ବୁଧବାର ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଓ ବରିଷ୍ଠ ଅଧିକାରୀ ମାନେ କଣ୍ଟାମାଳ ବ୍ଲକ ଗସ୍ତରେ ଯାଇ ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ଖମନମୁଣ୍ଡା ଠାରେ ଏକ୍ ପେଡ୍ ମା କେ ନାମ କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ ପାଇଁ ଚାଲିଥିବା ଗାତ ଖୋଳା କାର୍ଯ୍ୟର ଅନୁଧ୍ୟାନ କରିଥିଲେ | ସେହିପରି ଦିଗୁନମାଲ ହାଇସ୍କୁଲ ମଧ୍ୟ ପରିଦର୍ଶନ କରିଥିଲେ | ଛାତ୍ର ଛାତ୍ରୀ ମାନଙ୍କୁ ପ୍ରାକଟିକାଲ୍ କ୍ଲାସ୍ ମାଧ୍ୟମରେ ବିଜ୍ଞାନ ପଢାଇବା ପାଇଁ ପ୍ରଧାନ ଶିକ୍ଷକ ଓ ବିଜ୍ଞାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ | ପରିଦର୍ଶନ ସମୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାମି ଜୟଶ୍ରୀ ରେଡି, ସରପଞ୍ଚ ଅଳକା ପ୍ରଧାନ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ