Breaking News

ଅସ୍ତିତ୍ୱ ହରାଇବ କି ତାଳଚେର! ଗୋଟିଏ ପରେ ଗୋଟିଏ କାର୍ଯ୍ୟାଳୟ ତାଳଚେରରୁ ଅନ୍ୟତ୍ର ସ୍ଥାନାନ୍ତରିତ ନେତା ଓ ପ୍ରଶାସନ ଚୁପ୍‌!


ତାଳଚେର, ୧୦/୦୯ ଶସ୍ୟଶ୍ୟାମଳ ତାଳଚେର ଆଜି ଖଣିଖାଦାନ ଯୋଗୁଁ ଓଡ଼ିଶା ତଥା ଭାରତ ମାନଚିତ୍ରରେ ସ୍ଥାନ ପାଇ ଆସୁଛି । ଏଠାରୁ ରାଜ୍ୟ ଓ କେନ୍ଦ୍ର ସରକାର ରାଜସ୍ୱ ଆକାରରେ ଦୈନିକ ହଜାର ହଜାର କୋଟି ଟଙ୍କା ବିଭିନ୍ନ ସୂତ୍ରରୁ ଆଦାୟ କରିଥାନ୍ତି । ଏହି ଅର୍ଥରେ ଭାରତ ତଥା ଓଡ଼ିଶାର ସ୍ଥିତି ମଧ୍ୟ ବଦଳିବାରେ ଲାଗିଛି । କିନ୍ତୁ ତାଳଚେରବାସୀ ତାଙ୍କର ସମସ୍ତ ପୂର୍ବପୁରୁଷର ପୌତୃକ ସମ୍ପତି ହରାଇ ଆଜି ରାଜରାସ୍ତା ଉପରେ ସଘଂର୍ଷ କରୁଥିଲେ ମଧ୍ୟ ତାଙ୍କ କଥା ଶୁଣିବାକୁ କେହି ନାହିଁ ଏବଂ ତାଙ୍କପାଇଁ ଏହା ଏକ ଦୁର୍ଭାଗ୍ୟ ଜନକ ବିଷୟ ନୁହେଁତ ଆଉ କ’ଣ! ଏଠାରେ ଖଣି, ଖାଦାନ, ଶିଳ୍ପ ଓ କଳକାରଖାନା ରହିଥିଲେ ମଧ୍ୟ ଏଠିକାର ଯୁବପିଢ଼ୀ ବେସାହାର ହୋଇ ମାନସିକ ଭାରସ୍ୟାମ ହରାଇ ନିଶାରେ ଲିପ୍ତ ରହୁଛନ୍ତି ବୋଲି କିଛି ଅଭିଭାବକମାନେ ମତପୋଷଣ କରି ଆସୁଥିବା ବେଳେ ଧୂଳିଧୂଆଁ ଯୋଗୁଁ ବିଭିନ୍ନ ମାରାତ୍ମକ ରୋଗରେ ଛୁଆ ଠାରୁ ଆରମ୍ଭକରି ବୃଦ୍ଧ ପର୍ଯ୍ୟନ୍ତ ଜର୍ଜରିତ ହେଉଥିଲେ ମଧ୍ୟ ଏଠାରେ ଉତମ ଚିକିତ୍ସା ନପାଇ ବାଧ୍ୟହୋଇ ଦୂରଦୂରାନ୍ତରେ ରହିଥିବା ଘରୋଇ ଚିକିତ୍ସାଳରେ ଜମିବାଡ଼ି ବିକ୍ରିକରି ଚିକିତ୍ସିତ ହେଉଛନ୍ତି । ବର୍ତମାନ ତାଳଚେର ପରିସ୍ଥିତି ଯାହ ଯଦି ବିଚରାକୁ ନିଆଯାଏ ତେବେ ୧୦୦% ଲୋକଙ୍କ ମଧ୍ୟରୁ ୯୫% ଲୋକ ନିହାତି ଭାବେ ରୋଗାଗ୍ରସ୍ତ ବୋଲି କୁହାଯାଉଛି । ଆଜକୁ ୪ଦଶନ୍ଧି ପୂର୍ବରୁ ତାଳଚେରର ଜଳବାୟୁ ଅତି ସୁନ୍ଦର ଓ ସୁସ୍ଥ ପରିବେଶ ରହିଥିଲା । ସ୍ୱାଧୀନତାର ଦୀର୍ଘ ୭୯ ବର୍ଷ ଆଜି ଭାରତ ପାଳନ କରୁଥିବା ବେଳେ ତାଳଚେରବାସୀଙ୍କ ପାଇଁ ଉତମ ଶିକ୍ଷା, ଗମନା, ଗମନ, ସୁସ୍ଥ ପରିବେଶ, ପାନୀୟଜଳ, ଆଲୋକୀକରଣ, ରାସ୍ତାଘାଟ ଇତ୍ୟାଦି ବିପର୍ଯ୍ୟନ୍ତ ଅବସ୍ଥାରେ ରହିଥିବା ଅଭିଯୋଗ ହେଉଥିଲେ ମଧ୍ୟ ଏଥିପ୍ରତି କେହି ହେଲେ ସାମାନ୍ୟତମ ଦୃଷ୍ଟି ଦେଉନଥିବା ଏକ ଉଦବେଗ ଜନକ ବିଷୟ । ଏତିକି ନୁହେଁ ବର୍ତମାନ ବିଶେଷ ସୂତ୍ରରୁ ଜଣାଯାଏ ତାଳଚେର ଅଂଚଳରେ ରହିଥିବା ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ମଧ୍ୟରୁ ୧୬ଗୋଟି କାର୍ଯ୍ୟାଳୟ ବାହାରକୁ ଚାଲି ଯାଇଥିବା ତାଳଚେରବାସୀଙ୍କୁ ବଡ଼ ଉପହାର ସରକାର ପ୍ରଦାନ କରିଛନ୍ତି ବୋଲି ଚର୍ଚ୍ଚା ଯୋରଧରିଛି । ତାଳଚେର ଅଂଚଳରୁ ଇନ୍ଧିରାଗାନ୍ଧି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି, ଜେନଏଭି ତାଳଚେର ଏଫସିଆଇ ଠାରୁ ଅନୁଗୋଳର ଚମ୍ପତିମୁଣ୍ଡାକୁ ସ୍ଥାନାନ୍ତରିତ, ଭୂଅର୍ଜନ ଅଧିକାରୀ କାର୍ଯ୍ୟାଳୟ ତାଳଚେରରୁ ଅନୁଗୋଳ, .ସେଲଟାକ୍ସ ଅଫିସ୍ ତାଳଚେରରୁ ଅନୁଗୋଳ, ଲେପର୍ସି ହସପିଟାଲ ତାଳଚେରରୁ ଅନୁଗୋଳ, ନର୍ସିଂସ୍କୁଲ ଏନସିଏଚ ଭିତରୁ ତାଳଚେରରୁ ଅନୁଗୋଳ, ତାଳଚେର ଚାଇଁପାଳ ଗ୍ରୀଡ଼ ତାଳଚେରରୁ ଅନୁଗୋଳ ଯିବା ପରେ ଏମିତିକି ପ୍ରାୟ କାର୍ଯ୍ୟାଳୟ ଗୋଟିଏ ପରେ ଗୋଟିଏ ସ୍ଥାନାନ୍ତରିତ ହେଉଥିବା ପରେ ବର୍ତମାନ ତାଳଚେରରେ ରହିଥିବା ଡ଼ିଆଇଜି କାର୍ଯ୍ୟାଳୟ ମଧ୍ୟ ଅଧିକାରୀ ଅନୁଗୋଳରେ, ତାଳଚେର ତାଳବେଡ଼ା ଠାରେ ଥିବା ଅତିରିକ୍ତ ଏସପି କାର୍ଯ୍ୟାଳୟ ବନ୍ଦହୋଇ ପଡ଼ି ରହିଥିବା ଅତି ଦୁର୍ଭାଗ୍ୟଜନକ ବିଷୟ । ଏସମ୍ପର୍କରେ କେବେ ହେଲେ ଶାସକ କିମ୍ବା ବିରୋଧି ପକ୍ଷରୁ ସ୍ୱର ଉତୋଳନ କରାଯାଉନଥିବା ତାଳଚେରବାସୀଙ୍କ ପାଇଁ ଅଭିଶପ୍ତ ପାଲଟିଥିବା ବେଳେ ସାଧାରଣ ଜନତା ଏହି ସମସ୍ୟାରେ ପେଶି ହେଉଥିବା ଅଭିଯୋଗ ହେଉଛି ।

ସିଏମପିଏଫ ପେନସନ ବୃଦ୍ଧି ଦାବି

ଏଆଇସିପିଏସ ତରଫରୁ ଆସନ୍ତା ୧୫ ତାରିଖରେ କୋଲ ଇଣ୍ଡିଆ କାର୍ଯ୍ୟାଳୟ ଆଗରେ ଦିନିକିଆ ଧାରଣା
ତାଳଚେର, ୧୦/୯ ତାଳଚେରର ବିଭିନ୍ନ କୋଇଲାଖଣି ଗୁଡିକରେ କାର୍ଯ୍ୟକରି ବହୁ କର୍ମଚାରୀ ଓ ଶ୍ରମିକ ମାନେ ଅବସର ନେଇଥିବାବେଳେ ସେମାନଙ୍କୁ ଉପଯୁକ୍ତ ପେନସନ ମିଳୁନଥିବା ସହ ସେମାନେ ପାଉଥିବା ପେନସନ ବୃଦ୍ଧି କରିବା ଓ ସ୍ଵାସ୍ଥ୍ୟ ସୁବିଧା ପାଇବା କ୍ଷେତ୍ରରେ କର୍ମଚାରୀ ଓ ଅଧିକାରୀଙ୍କ କ୍ଷେତ୍ରରେ ତାରତମ୍ୟ ରହୁଥିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅଲ ଓଡ଼ିଶା କୋଲ ପେନସନରସ୍ ଆସୋସିଏସନ୍ ଏମସିଏଲ ତାଳଚେର ଶାଖା ତରଫରୁ ଅଭିଯୋଗ କରାଯିବାସହ ସଂଘ ୪ ଦଫା ଦାବି ନେଇ ଆସନ୍ତା ୧୫ ତାରିଖରେ କୋଲ ଇଣ୍ଡିଆ ମୁଖ୍ୟାଳୟ କୋଲକୋତା ଠାରେ ଦିନିକିଆ ଧାରଣା ଦେବ ବୋଲି ସଂଘର ସଭାପତି ବିଭୂତି ସାହୁ ସୂଚନା ଦେଇଛନ୍ତି। ମୁଖ୍ୟ ଦାବି ଗୁଡ଼ିକ ମଧ୍ୟରେ ୨୭ ବର୍ଷ ହେଲା ସିଏମପିଏସ ୯୮ ଧରା ୨୨ ମୁତାବକ ପେନସନ ରିଭିଜନ ନହେବା, ସିପିଆରଏମଏସ ସ୍କିମ୍ ରେ ଉଭୟ ଅଧିକାରୀ ଓ କର୍ମଚାରୀଙ୍କ କ୍ଷେତ୍ରରେ ସମାନ ପ୍ରୟାଗ ନହେବା, ୨୦୧୭ ମସିହାରୁ ଗ୍ରାଚ୍ୟୁଟି ବୃଦ୍ଧି ହେବା ଓ ୮/୩/୨୦୨୪ ରେ ଭାରତ ସରକାରଙ୍କ ଗେଜେଟ୍ ବିଜ୍ଞପ୍ତି ମୁତାବକ ସର୍ବନିମ୍ନ ମାସକୁ ୧ ହଜାର ଟଙ୍କା ପେନସନ ବୃଦ୍ଧି ହେବା। ସୂଚନାଯୋଗ୍ୟ କୋଇଲା ଖଣି କର୍ମଚାରୀ ଓ ଶ୍ରମିକ ମାନେ ଅବସର ନେବାପରେ କୋଲ ମାଇନ୍ସ ପ୍ରୋଭିଡେଣ୍ଡ ଫଣ୍ଡ ଏବଂ ମିସଲାନିୟସ ପ୍ରଭିଜନ ଆକ୍ଟ ଅନୁଯାୟୀ ସେଥିରେ ଥିବା ତଦାନୀନ୍ତିନ ବ୍ୟବସ୍ଥା ଅନୁଯାୟୀ ପେନସନ ପାଉଛନ୍ତି। ଏହା ଏହି ସଂସ୍ଥାରେ ସିଏମପିଏଫ୍ ନାମରେ ଗତ ୧/୪/୧୯୯୮ ମସିହାରୁ ଲାଗୁ ହୋଇ ଆସୁଅଛି। ଏହି ବ୍ୟବସ୍ଥା ଅନୁଯାୟୀ କର୍ମଚାରୀ ମାନେ ଅବସର ସମୟରେ ପାଉଥିବା ପ୍ରାପ୍ୟର ଶତକଡା ୨୫ ହିସାବରେ ହିସାବ କରାଯାଇ ନିର୍ଦ୍ଦିଷ୍ଟ ପେନସନ ଦିଆଯାଉଛି। ମାତ୍ର ଏହି ପେନସନରେ କୌଣସି ପ୍ରକାରର ମହାଙ୍ଗା ଭତ୍ତା ଦିଆଯାଉନାହିଁ। ଏହାସହ ଏହି ଆଇନ ଅନୁଯାୟୀ ପ୍ରତ୍ୟେକ ତିନି ବର୍ଷ ଅନ୍ତରରେ ଜଣେ ଆକଚୁଆରୀ ନିଯୁକ୍ତ କରି ପେନସନର ସମୀକ୍ଷା କରାଯାଇ ବୋର୍ଡରେ ଆଲୋଚନା ଓ ପୁନଃ ନିର୍ଣ୍ଣୟର ବ୍ୟବସ୍ଥା ଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଯଦିଓ ବିଭିନ୍ନ ସମୟରେ ଗୋଟିଏ ଅଧିକୃତ ଉପ କମିଟି ଆଲୋଚନା କରି ଏହାର ସୁପାରିସ ଗୁଡ଼ିକୁ ବୋର୍ଡ ସମ୍ମୁଖରେ ଉପସ୍ଥାପନ କରୁଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ନହୋଇ ଶୀତଳଭଣ୍ଡାରରେ ପଡ଼ି ରହୁଥିବାରୁ ଅବସରପ୍ରାପ୍ତ କର୍ମଚାରୀ ମାନେ ଘୋର ଅବହେଳାର ଶିକାର ହେଉଛନ୍ତି। ଏହାସହ କୋଇଲା ଖଣିରେ ଉଭୟ ଅଧିକାରୀ ଓ କର୍ମଚାରୀ ମାନେ କାର୍ଯ୍ୟ କରି ଉତ୍ପାଦନ ଓ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ସହାୟକ ହେଉଥିବାବେଳେ ଅବସର ପରେ ସେମାନଙ୍କୁ ମିଳୁଥିବା ସୁବିଧା କ୍ଷେତ୍ରରେ କାହିଁକି ତାରତମ୍ୟ କରାଯାଉଛି ବୋଲି ସଂଘ ପ୍ରଶ୍ନ କରିଛି। ସିପିଆରଏମଏସ ସ୍କିମରେ ଉଭୟ ଚାକିରି କାଳରେ ୪୦ ହଜାର ଲେଖାଏଁ ପୈଠ କରିଥିବାବେଳେ ଅବସର ପରେ କିନ୍ତୁ ଅଧିକାରୀ ମାନଙ୍କୁ ୨୫ ଲକ୍ଷ ପର୍ଯ୍ୟନ୍ତ ବୀମା ରାଶି ଓ ଔଷଧ ପାଇଁ ବର୍ଷକୁ ୩୬ ହଜାର ଟଙ୍କା ନଗଦ ମିଳୁଥିବାବେଳେ କର୍ମଚାରୀଙ୍କ କ୍ଷେତ୍ରରେ କିନ୍ତୁ ମାତ୍ର ୮ ଲକ୍ଷ ଟଙ୍କାର ବୀମା ରାଶି ମିଳୁଛି। ଏହାସହ ସେମାନେ ଯଦି ଔଷଧ ବାବଦରେ ଖର୍ଚ୍ଚ କରନ୍ତି ତେବେ ଉପଯୁକ୍ତ କାଗଜ ପତ୍ର ଦେଖାଇଲେ ସେମାନଙ୍କୁ ସେ ଅର୍ଥ ପ୍ରଦାନ କରାଯିବ ବୋଲି ନିଷ୍ପତି ହୋଇଛି। ଯାହାକୁ କି ସଂଘ ତରଫରୁ ବିରୋଧ କରାଯାଇଛି। କର୍ମଚାରୀଙ୍କ ବିଧବା ପତ୍ନୀ ମାନେ ସ୍ଵାମୀଙ୍କ ପେନସନର ୬୦ ପ୍ରତିଶତ ପାଇବାକୁ ପିପିଓ ଦେଉଥିଲେ ମଧ୍ୟ ସେମାନେ ପେନସନ ପାଉନାହାନ୍ତି ଏହାସହ ବହୁ ଶ୍ରମିକ ଓ କର୍ମଚାରୀଙ୍କ ପତ୍ନୀ ଏ ମହାଙ୍ଗା ଯୁଗରେ ୩୫୦ ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ପାଉଥିବାବେଳେ ସେମାନଙ୍କୁ ଭାରତ ସରକାରଙ୍କ ନିଷ୍ପତି ମୁତାବକ ଅନୁନ୍ୟ ୧ ହଜାର ଟଙ୍କା ପ୍ରଦାନ କରାଯିବାକୁ ସଙ୍ଘ ଦାବି କରିଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନିର୍ମଳ ସାହୁ, ବାବୁଲାଲ ଖଣ୍ଡୁଆଳ ତ୍ରିପୁର ଦେହୁରୀ, କୁଞ୍ଜବନ୍ ସାହୁ, ପ୍ରକାଶ କୁଣ୍ଡ , ପ୍ରହଲ୍ଲାଦ ପରିଡ଼ା, କରୁଣାକର ଖଣ୍ଡୁଆଳ, ପ୍ରକାଶ ଚନ୍ଦ୍ର ପ୍ରଧାନ, ସଙ୍ଗୀତ ପ୍ରଧାନ, ଉଦୟନାଥ ନାୟକ, ବି ଏନ ମହାପାତ୍ର ଓ କିଶୋର ଚନ୍ଦ୍ର ପ୍ରଧାନଙ୍କ ସମେତ ବହୁ ଅବସରପ୍ରାପ୍ତ କର୍ମଚାରୀ ମାନେ ଯୋଗଦେଇଥିଲେ।

Related Articles

Back to top button