ଯୁବସମାଜଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ ନେଇ ଆଗାମୀ ଅକ୍ଟୋବର ମାସରେ ବାରିପଦାରେ ହେବ ଦୁଇ ଦିନିଆ କର୍ମଶାଳା:- ଭଞ୍ଜସେନା

ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟର ସଂମ୍ପୂର୍ଣ୍ଣ ସୁରକ୍ଷା ଓ ପରିବେଶ ସୁରକ୍ଷା ସହିତ ଜଙ୍ଗଲ,ପାହାଡ଼ ପର୍ବତକୁ କୌଣସି ପ୍ରକାରର କ୍ଷତି ନ ପହଞ୍ଚାଇ ଅସରନ୍ତି ପ୍ରାକୃତିକ ପର୍ଯ୍ୟଟନସ୍ଥଳୀର ଗନ୍ତାଘର ଆମ ମୟୁରଭଞ୍ଜରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ଓ ବନ୍ୟଜାତ ଦ୍ରବ୍ୟର (ବାଉଁଶ,ସବାଇ ଘାସ,ଶାଳ ପତ୍ର ଏବଂଅନ୍ୟାନ୍ୟ) ଉଚିତ୍ ବ୍ୟବସାୟୀକରଣ ମାଧ୍ୟମରେ ଲକ୍ଷାଧିକ ବେକାର ଯୁବକ ଯୁବତୀ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ଓ ସ୍ଥାନୀୟ ଅଞ୍ଚଳର କିପରି ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ସେବାବଦରେ ଦୀର୍ଘବର୍ଷ ଧରି ଆନ୍ଦୋଳନରତ ଭଞ୍ଜସେନା ପକ୍ଷରୁ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ପରିକଳ୍ପନା କ୍ରମେ ଜନସଚେତନତା ଉଦ୍ଦେଶ୍ୟରେ ନିର୍ମିତ ହୋଇଅଛି “ଆନ୍ଦୋଳନ” ନାମକ ଚଳଚ୍ଚିତ୍ର | ଆଉ ଏହି ବିନା ଶୁଳ୍କ ଚଳଚ୍ଚିତ୍ର ରେ ଥିବା ବାର୍ତ୍ତାଟି କୁ ସମଗ୍ର ଜିଲ୍ଲାବାସୀଙ୍କ ପାଖରେ ପହଞ୍ଚିବା ପାଇଁ ଭଞ୍ଜସେନା ପକ୍ଷରୁ ପୂର୍ବ ଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ ଦୁଇଟି LED ଗାଡି ମାଧ୍ୟମରେ ଚଳିତ ସେପ୍ଟେମ୍ବର ମାସ ୫ ତାରିଖ ଶୁକ୍ରବାର “ଗୁରୁଦିବସ” ଠାରୁ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଓ ବାଙ୍ଗିରିପୋଷି ବ୍ଲକ ରୁ ପୃଥକ ପୃଥକ ଭାବେ ଆରମ୍ଭ ହୋଇ ଆଜି ସୁଦ୍ଧା କରଞ୍ଜିଆ,ଶୁକୃଳି, ରରୁଆଁ, ସାରସକଣା, କୁଳିଅଣା, ବାରିପଦା ବ୍ଲକ ସମେତ କରଞ୍ଜିଆ ମ୍ୟୁନିସିପାଲଟି ପରିକ୍ରମା ଶେଷ ହୋଇସାରିଲାଣି,ଆଉ ଆଗାମୀ ଦିନରେ ବାକିଥିବା ଜିଲ୍ଲାର ଅନ୍ୟ ସମସ୍ତ ବ୍ଲକ/ଏନ୍ଏସି/ମ୍ୟୁନିସିପାଲଟି ଯାଇ ଉକ୍ତ ଚଳଚ୍ଚିତ୍ରଟି ପ୍ରଦର୍ଶିତ କରାଯିବ ଆଉ ଏହି ପ୍ରକ୍ରିୟା ଚଳିତ ସେପ୍ଟେମ୍ବର ମାସ ୨୫ ତାରିଖ ସୁଦ୍ଧା ସମାପ୍ତ ହେବ ତାସହିତ ଆଗାମୀ ଅକ୍ଟୋବର ମାସ ମଧ୍ଯ ଭାଗରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ/ଏନ୍ଏସି/ମ୍ୟୁନିସିପାଲଟି ରୁ ୨୫ ଜଣ ଯୁବକ/ଯୁବତୀ ଙ୍କୁ ନେଇ ଏକ ଦୁଇ ଦିନିଆ ଜିଲ୍ଲାସ୍ତରୀୟ କର୍ମଶାଳା ବାରିପଦା ଠାରେ ଅନୁଷ୍ଠିତ ହେବ ଆଉ ଏହି କର୍ମଶାଳା ରେ ବହୁ ବିଜ୍ଞ ବ୍ୟକ୍ତିବିଶେଷ ମାନେ ଆସି କିଭଳି ଯୁବବର୍ଗ ମାନେ ନିଜ ଯୋଗ୍ୟତା ଅନୁଯାୟୀ ସ୍ୱାବଲମ୍ବୀ ହୋଇପାରିବେ, ସେବାବଦରେ ବହୁ ମୂଲ୍ୟବାନ ତଥ୍ୟ ପ୍ରଦାନ କରିବେ ବୋଲି ଜିଲ୍ଲା ମୁଖପାତ୍ର ଜ୍ଯୋତିରଞ୍ଜନ ପୃଷ୍ଟି ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି |