Breaking News

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି… ସମୁଦାୟ 72ଅଭିଯୋଗ ଦାଖଲ…

 

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ ଓ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାର୍ଥକ ରାୟ ଙ୍କ ଉପସ୍ଥିତି ରେ ଯୁଗ୍ନ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ଅଭିଯୋଗ ଶୁଣାଣି ରେ ବ୍ଲକ ର ବିଭିନ୍ନ ଅଞ୍ଚଳ ରୁ ସମୁଦାୟ 72ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥି ମଧ୍ୟରୁ 3 ଗୋଟି ସାମୁହିକ ଅଭିଯୋଗ ହୋଇଥିବା ବେଳେ 69ଟି ଅଭିଯୋଗ ବ୍ୟକ୍ତିଗତ ହୋଇଥିଲା। ସେଥି ମଧ୍ୟରୁ 34 ଟି ଅଭିଯୋଗ ର ତତ୍କାଳୀନ ସମାଧାନ କରାଯାଇଥିଲା। 6 ଜଣଙ୍କୁ ରେଡ କ୍ରସ ପାଣ୍ଠି ରୁ 30000/ଆର୍ଥିକ ସହାୟତା ଯୋଗେଇ ଦିଆଯାଇଥିଲା। ହରଭଙ୍ଗା ବିଡ଼ିଓ ବିଜୟ ପ୍ରଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉକ୍ତ ଅଭିଯୋଗ ଶୁଣାଣି ରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କ ସମେତ ସମସ୍ତ ବ୍ଲକ ଓ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ମାନେ ସାମିଲ ହୋଇଥିଲେ l

Related Articles

Back to top button