Breaking News

ବାଲିଯାତ୍ରାର ଆଦିକବି ସାରଳାଦାସ ମଞ୍ଚରେ ରାଜ୍ୟ ସ୍ତରୀୟ କବିତା ଆସର

ତିର୍ତ୍ତୋଲ ::-ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଠାରେ ଚାଲିଥିବା ଚେଳିତୋଳ ବାଲିଯାତ୍ରାର ଆଦିକବି ଶୁଦ୍ରମୁନି ସାରଳାଦାସ ସଂସ୍କୁତିକ ମଞ୍ଚରେ, ଝଙ୍କଡ ସାହିତ୍ୟ ସଂସଦ ତିର୍ତ୍ତୋଲ ତରଫରୁ ଆୟୋଜିତ ହୋଇଯାଇଛି ରାଜ୍ୟ ସ୍ତରୀୟ କବିତା ଆସର !ଝଙ୍କଡ ସାହିତ୍ୟ ସଂସଦ ର ସ୍ଥାୟୀ ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାରସ୍ୱତ ସାହିତ୍ୟ ଆସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିଲେ ତିର୍ତ୍ତୋଲ ର ବିଧାୟକ ଡଃ. ରମାକାନ୍ତ ଭୋଇ !ମୁଖ୍ୟ ବକ୍ତା ଥିଲେ ପ୍ରାଧ୍ୟାପିକା ଡଃ. ସରୋଜିନୀ ପାଣି,ଏବଂ ସମ୍ମାନିତ ଅତିଥିଭାବେ ଥିଲେ ସାହିତ୍ୟିକ ରଘୁ ସାହୁ, ଅଧ୍ୟାପିକା ଡଃ. ବିଷ୍ନୁପ୍ରିୟା ଦାସ,ସ୍ୱପ୍ନିଳ କବି ସୁରେନ୍ଦ୍ର ନାଥ ତ୍ରିପାଠୀ,ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ, କବି ଦୁର୍ଯ୍ୟୋଧନ !ବରଣ୍ୟ ଅତିଥିଭାବେ ଥିଲେ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଚିତ୍ତରଞ୍ଜନ ରଥ !ଅତିଥି ପରିଚୟ ପଣ୍ଡିତ ବାସବ କୁମାର ନନ୍ଦ ପ୍ରଦାନ କରିଥିବା ବେଳେ, ସ୍ୱାଗତ ଭାଷଣ ଦେଇଥିଲେ ଝଙ୍କଡ଼ରତ୍ନ ଗୀତିକବି ଗୋଲକ ବିହାରୀ ପଲେଇ !କବିତା ସଂଯୋଜନା ରେ ସହଯୋଗ କରିଥିଲେ ଝଙ୍କଡକନ୍ୟା ସବିତା ନାୟକ, ଡଃ. ଆରତୀ ତ୍ରିପାଠୀ !ପ୍ରାୟ ୧୦୦ ରୁ ଅଧିକ କବି ଓ କବୟିତ୍ରୀ ମାନେ ସମୟୋପଯୋଗୀ କବିତା ପାଠ କରିଥିବା ବେଳେ, ପ୍ରତ୍ୟେକ ଙ୍କୁ ବାଲିଯାତ୍ରା କମିଟି ତରଫରୁ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧନା କରା ଯାଇଥିଲା !!

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ସମାଚାର !!

Related Articles

Back to top button