କଳିଙ୍ଗ ବୈଶ୍ୟ ସମାଜର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.


ଭୁବନେଶ୍ୱର ତା 10.11.25 ରିଖ ଆଜି ସ୍ଥାନୀୟ ଇନ୍ଷ୍ଟିଟ୍ୟୁଟ ଅଫ ଇଞ୍ଜିନିରସ ଭବନାଠାରେ କଳିଙ୍ଗ ବୈଶ୍ୟ ସମାଜ ରାଜଧାନୀ ଅଂଚଳର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି. କଳିଙ୍ଗ ବୈଶ୍ୟ ସମାଜର ରାଜ୍ୟ ସଭାପତି ଭେଙ୍କଟ ବାଲାଜୀ ପାତ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାରେ ସମଗ୍ର ରାଜ୍ୟରୁ ସଂଘର କାର୍ଯ୍ୟକର୍ତା, ସଂଘର ପଦାଧିକାରୀ ମାନେ ଯୋଗ ଦେଇ ସମାଜର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେବା ବିଷୟରେ ଆଲୋଚନା କରିଥିଲେ. ପ୍ରାରମ୍ବରେ କୋଷାଧକ୍ଷ ନିରଞ୍ଜନ ପାତ୍ର ବାର୍ଷିକ ବିବରଣୀ ପାଠ କରିବା ସହ ବିଭିନ୍ନ ସୂତ୍ରରୁ ଆସିଥିବା ଅର୍ଥ ଓ ବିଭିନ୍ନ ଖର୍ଚ୍ଚର ହିସାବ ବିଷୟରେ ସୂଚନା ପ୍ରଦାନ କରିଥଲେ. ଓଡ଼ିଶାରେ କଳିଙ୍ଗ ବୈଶ୍ୟ ସମାଜର ସମୁଦାୟ 12 ଟି ଅଞ୍ଚଳ ଅଛି ଓ 30ଗୋଟି ସଙ୍ଘ ଅଛି. ସମାଜର ମୁଖ୍ୟ କାର୍ଯ୍ୟାଳୟ ବ୍ରହ୍ମପୁର ଠାରେ ଅଛି. କଟକ, ଭୁବନେଶ୍ୱର, ଜଟଣୀ, ଖୋର୍ଦ୍ଧା, ବାଲେଶ୍ୱର କୁ ନେଇ ରାଜଧାନୀ ଅଞ୍ଚଳ ଗଠିତ. ଆଜି ଏହାର କାର୍ଯ୍ୟକାରିଣୀ ବୈଠକରେ ଆମ ସମାଜର ଉନ୍ନତି, ଆମ ସମାଜର ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ବୈଶ୍ୟ ସମାଜର ସାଧାରଣ ସମ୍ପାଦକ ରଞ୍ଜନ କୁମାର ପାତ୍ର.ରାଜଧାନୀ ଅଂଚଳରେ ଆମେ ବହୁ ସାମାଜିକ କାର୍ଯ୍ୟକ୍ରମ କରିଆସିଛୁ, ବହୁସାସ୍କୃତିକ କାର୍ଯ୍ୟ କରୁ, ସମାଜର ଇନ୍ନତି ପାଇଁ ଓ ଆମ ସମାଜର ଟେକ ରଖିବା ପାଇଁ ଆମ ଯୁବକ ସଙ୍ଘ, ମହିଳା ସଂଘର ସମସ୍ତ ସଦସ୍ୟ ମାନେ ବହୁ ପରିଶ୍ରମ କରୁ ଛନ୍ତି, ସବୁ ଲୋକଙ୍କ ବିପଦ ଆପଦରେ ସହଯୋଗ କରୁଛୁ, ପ୍ରତ୍ୟେକ ଲୋକଙ୍କ ପାଖରେ ଖାଦ୍ୟ ପହ୍ଞଉଛୁ, ସମସ୍ତେ ସୁଖରେ ଶାନ୍ତିରେ ଯେପରି ରହିବେ ଓ ପରିବେଶ ସୁସ୍ଥ ରହିବା ପାଇଁ ଚେଷ୍ଟା ଜାରିରଖିଛୁ ବୋଲି ଉତ୍ସାହର ସହ ନିଜର ବକ୍ତବ୍ୟରେ କହିଛନ୍ତି ବୈଶ୍ୟ ସମାଜର ଯୁବ ସଭାପତି ସୁଶାନ୍ତ କୁମାର ପାତ୍ର. ରାଜ୍ୟରେ ପୁରାତନ ସାଂସ୍କୃତିକ ପରମ୍ପରାକୁ ପୁନର୍ଜୀବିତ କରିବାକୁ ଆମେ ଲାଗିପଡ଼ିଛୁ ଆଜି ଆମ ସଭାପତିଙ୍କୁ ନାଚ ଗୀତ ବାଜା ବଜାଇ ହୁଲୁ ହୁଲି ପକାଇ ସ୍ୱାଗତ କରି ଆମ ମହିଳା ସଦସ୍ୟ ମାନେ ବେଶ ଖୁସି ଅଛନ୍ତି ବୋଲି କହିଛନ୍ତି ବୈଶ୍ୟ ସମାଜର ରାଜ୍ୟ ମହିଳା ସଂଘ ସଭାନେତ୍ରୀ ରତ୍ନ ମଞ୍ଜରୀ ସୁବୁଦ୍ଧି. ସମାଜର ଉପ ସଭାପତି ଆନ୍ତର୍ଯ୍ୟାମୀ ପାତ୍ର ନିଜ ଭାଷଣରେ ରାଜଧାନୀରେ ରହିଥିବା ସତର ହଜାରରୁ ଉର୍ଧ୍ଵ ବୈଶ୍ୟ ପରିବାର ବିକାଶ, ଓ ଏ ମାଟିର ବିକାଶ କଥା ଆମ ସମାଜ ଚିନ୍ତା କରୁଛି. ଆସନ୍ତା ଜାନୁଆରୀ ମାସରେ କଳିଙ୍ଗ ବୈଶ୍ୟ ସମାଜର ସମସ୍ତ ସଦସ୍ୟ ମାନଙ୍କର ରାଷ୍ଟ୍ରୀୟ ଅଧିବେଶନ ରେଳ ଅଡିଟରିଅମ ଠାରେ କରାଯିବା ପାଇଁ ନିଷ୍ପତି ନିଆଯାଇଛି ଓ ସମସ୍ତ ଯୋଗଦେଇ ନିଜ ନିଜର ସଫଳତା ବିଷୟରେ ଅନ୍ୟ ମାନଙ୍କୁ କହିବେ ଓ ସମସ୍ତଙ୍କୁ ପ୍ରେରଣା ଦେବାର କାର୍ଯ୍ୟକ୍ରମ ଅଛି. ଆଜିର ସଭା ସମ୍ପୂର୍ଣ ଶାନ୍ତି ପୁର୍ଣ ଭାବେ ସମ୍ପାଦିତ ହୋଇଥିବାରୁ ସମାଜର ଯୁଗ୍ମ ସମ୍ପାଦକ ଶିଶିର କୁମାର ପାତ୍ର ସମସ୍ତଙ୍କୁ ଧନ୍ୟ ବାଦ ଦେଇଥିଲେ.. ଶେଷରେ ସମସ୍ତଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥଲା.

ରିପୋର୍ଟ ଦେବ ପ୍ରସାଦ ମହାନ୍ତି.




