Breaking NewsOrisha

ଛତ୍ରମଠ ସରସ୍ୱତୀ ଶିଶୁ ମନ୍ଦିରରେ ଗୋପବନ୍ଧୁ ଜୟନ୍ତି ପାଳନ !!

      

ତିର୍ତ୍ତୋଲ ::-“ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶ ବାସୀ ଚାଲି ଯାଆନ୍ତୁ ପିଠିରେ, ଦେଶର ସ୍ୱରାଜ୍ୟେ ଅଛି ଯେତେ ଗାଡ଼, ପୁରୁ ତହିଁ ପଡି ମୋର ମାଂସ ହାଡ”!

ଯାହାଙ୍କର ବାଣୀରେ ଥିଲା ଦେଶ ଭକ୍ତିର ଝଲକ !ଯାହାଙ୍କର ସେବାରେ ଥିଲା ଅତ୍ମୀୟତା !ଯିଏ ନିଜ ଜୀବନର ସମସ୍ତ ସମୟ ଦେଶ ବାସୀଙ୍କ ପାଇଁ ଉତ୍ସର୍ଗ କରିଦେଇଥିଲେ ! ସେହି ପୁଣ୍ୟ ପୁରୁଷ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କର ପାବନ ଜନ୍ମ ଜୟନ୍ତୀ ଦିବସରେ,ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ, କନକପୁର ଗ୍ରାମ ପଞ୍ଚାୟତ ଅଧୀନ ତରାପୁର ଛତ୍ରମଠ ସ୍ଥିତ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ,ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଧୁନଚନ୍ଦ୍ର ସେନାପତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ଅଧ୍ୟକ୍ଷତାରେ ଏକ ଭବ୍ୟ ସମାରୋହ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଦିନଟିକୁ ଆହୁରି ସ୍ମରଣୀୟ କରିବାକୁ ଶିଶୁ ମନ୍ଦିର ପରିସରରେ ବୃକ୍ଷ ରୋପଣ ସହିତ,ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ବକ୍ତୃତା, ସାଧାରଣଜ୍ଞାନ , ଚିତ୍ରାଙ୍କନ ଓ ନୃତ୍ୟ ସଙ୍ଗୀତ ଆଦି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା ! ଆୟୋଜିତ ସଭାରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଉମାକାନ୍ତ ସାହୁ ସ୍ଵାଗତ ଅଭିଭାଷଣ ପ୍ରଦାନ କରି , ଗୋପବନ୍ଧୁ ଙ୍କ ଆତ୍ମଜୀବନୀ ଉପରେ ଆଲୋଚନା ରଖିବା ସହିତ ତାଙ୍କର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଆବେଗ ପୂର୍ଣ୍ଣ ଆହ୍ଵାନ ଦେଇଥିଲେ ! ପରିଚାଳନା କମିଟି ର ଯୁଗ୍ମସମ୍ପାଦକ ବିଜୟ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଏହି ଆଲୋଚନା ଚକ୍ରରେ ଗୁରୁଜୀ ଶିବ ପ୍ରସାଦ ନନ୍ଦ ଓ ଗରୁମା ସୁପ୍ରଭା ନାୟକ, ସରୋଜିନୀ ରାଉତ, କମଳିନୀ ଶତପଥୀ, ପ୍ରିୟଦର୍ଶିନୀ ସାହୁ, ମଞ୍ଜୁଶ୍ରୀ ବେହେରା ଓ ସାବିତ୍ରୀ ମହଲା ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା, ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇ ଥିଲା। ପରିଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ଗୁରୁଜୀ ଅଶୋକ କୁମାର ସିଂହ !!

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ସମାଚାର !!

Related Articles

Back to top button