ନୀଳକଣ୍ଠେଶ୍ଵର ଡ଼ିଗ୍ରୀ ମହାବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ


ତାଳଚେର, ୧୧/୧୦ ତାଳଚେର ସାଉଥବଲଣ୍ଡା, ସ୍ଥିତ ନୀଳକଣ୍ଠେଶ୍ଵର ଡିଗ୍ରୀ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଗୁଣବତ୍ତା ପ୍ରକୋଷ୍ଠ ଆନୁକୂଲ୍ୟରେ ଆର୍ଥିକ ସାକ୍ଷରତା ସଚେତନତା ପାଇଁ ଏକ ଅନଲାଇନ ସେମିନାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଅନଲାଇନ ମାଧ୍ୟମରେ ଅଧ୍ୟକ୍ଷ ଡ଼ ବଳଭଦ୍ର ଜେନା ଏହି ସେମିନାର କୁ ଉଦଘାଟନ କରିବା ସହିତ ଆର୍ଥିକ ସାକ୍ଷରତା ସଚେତନତା ଆଜିର ସମୟର ଦୃଢ ଆବଶ୍ୟକତା ବୋଲି ମତ ପ୍ରଦାନ କରିଥିଲେ I ସେବିର ଦିଲ୍ଲୀ ଶାଖା ତରଫରୁ ଏହି କାର୍ଯ୍ୟକ୍ରମ ସଂଚାଳନ କରାଯାଇଥିଲା I ଅଧୁନା ସମାଜରେ ଆର୍ଥିକ ଠକେଇ, ଉତ୍ତମ ଆର୍ଥିକ ପରିଚାଳନା, ଅର୍ଥ ବିନିଯୋଗ ସମୟରେ ସତର୍କତା, ସାଇବର ଠକେଇ , ବ୍ୟକ୍ତିଗତ ସ୍ତରରେ ଟିକସ ପରିଚାଳନା , ଅବସର ସମୟର ଆର୍ଥିକ ପରିଚାଳନା ସମ୍ପର୍କରେ ବିଶେଷଜ୍ଞ ମଣ୍ଡଳୀ ଛାତ୍ରଛାତ୍ରୀ, ଅଧ୍ୟାପକ , କର୍ମଚାରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ I କାର୍ଯ୍ୟକ୍ରମରେ ଶତାଧିକ ଛାତ୍ର ଛାତ୍ରୀ ଅନଲାଇନ ମାଧ୍ୟମରେ ଏବଂ ମହାବିଦ୍ୟାଳୟରେ ବହୁମୁଖୀ ପ୍ରକୋଷ୍ଠରେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ଲଲାଟେନ୍ଦୁ ଗଡ଼ନାୟକ ପରିଚାଳନା କରିଥିଲାବେଳେ ଅଧ୍ୟାପିକା ମନ୍ଦାକିନୀ ତୁଙ୍ଗ ,ଶୁଭଦର୍ଶିନୀ ମହାପାତ୍ର , ଡ଼ ମଧୁମିତା ରାଉତ ରାୟ, ପ୍ରଦର୍ଶକ ବାବୁଲା ସାମଲ , ଦୁଃଶାସନ ସାହୁ , ଟିକେଶ୍ୱର ଶତପଥି , ରମେଶ ଜେନା , ଅରୁଣ ପ୍ରଧାନ , ଚଗଲା ପ୍ରଧାନ , ବିଭୁତି ଭୂଷଣ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I ଜାତୀୟ ସେବା ଯୋଜନା ସ୍ବେଛାସେବୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ I



