Orisha

ଉମା ଉନ୍ନିତ ସରକାରୀ ଉଚ୍ଚ ମାଧ୍ୟମିକ କଲେଜରେ ନବାଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କଣ୍ଟାମାଳ: -୧୧/୧୦/୨୫ ସମର୍ଥ ସମାଚାର (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ସ୍ଥିତ ଉନ୍ନିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷ କଷ୍ଟେଶ୍ଵର ଭୋଇଙ୍କ ସଭାପତିତ୍ୱରେ ନବାଗତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମାରୋହ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସ୍ୱାଗତ ସମାରୋହ ଉତ୍ସବରେ ମୁଖ୍ୟ ଅତିଥିଭାବେ କଣ୍ଟାମାଳ ବିଧାୟକ କହ୍ନେଇଁ ଚରଣ ଡାଙ୍ଗ , ମୁଖ୍ୟବକ୍ତା ଭାବେ ବୌଦ୍ଧ ଜିଲ୍ଲା ଶିକ୍ଷକ ସଂଘର ସଭାପତି ନିଳାଚଳ ଭୋଇ, ସମ୍ମାନୀତ ଅତିଥିଭାବେ ଘଣ୍ଟାପଡ଼ାଜୋନର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସୁମିତ୍ରା ସାହୁ, ସ୍ଥାନୀୟ ସରପଞ୍ଚ ଦୌଲଥ ପାଣ୍ଡେ,ବରିଷ୍ଠ ନାଗରିକ ଗୁଞ୍ଜୁରୁ ସୁନା , ଆଦିବାସୀ ନେତା ସତ୍ୟନାରାୟଣ ମାଝୀ, ପୂର୍ବତନ ଘଣ୍ଟାପଡ଼ା ମଣ୍ଡଳ ବିଜେପି ସଭାପତି ପିନାକଧର ରଣା, କଣ୍ଟାମାଳ ପୂର୍ବତନ ମଣ୍ଡଳ ସଭାପତି ଅନିଲ ପ୍ରଧାନ ଓ ପୂର୍ବତନ ଛାତ୍ରନେତା ସୁନିଲ ରଣା ,ଖବରଦାତା ପ୍ରଭାତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଶିକ୍ଷାର ବିକାଶ ନିମନ୍ତେ ଓଡ଼ିଶା ସରକାର ହାଇସ୍କୁଲରେ ଦ୍ଵାଦଶ

ଶ୍ରେଣୀ ଖୋଲିବା ଓ ତାର ପ୍ରଥମ ପ୍ରତିଷ୍ଠା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଉପସ୍ଥିତ ବିଧାୟକଙ୍କୁ କୃତଜ୍ଞତା ସହ ନବାଗତଙ୍କୁ ବିଦ୍ୟାଳୟରେ ଭାଇଚାରାର ସଂପର୍କ ବଢ଼ାଏ ସ୍ୱାଗତ ସମାରୋହ ଉପରେ ବକ୍ତବ୍ୟ ରଖିଥିଲେ। ପୂର୍ବ ଛାତ୍ର ସୁନିଲ ରଣା ଧନ୍ୟବାଦ ପ୍ରଦାନ କରିଥିଲେ।ସମାରୋହ ପୂର୍ବରୁ ଜବାଗତ ଛାତ୍ରଛାତ୍ରୀଙ୍କ ପାଇଁ ହାଇସ୍କୁଲର ଛାତ୍ରଛାତ୍ରୀମାନେ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିବା ସହ ପରିଚୟ ପର୍ବ ହୋଇଥିଲା।ପରେ ନବାଗତଙ୍କୁ ଉତ୍ସାହିତ କରିବାପାଇଁ ନାଚ, ଗୀତ, କମେଡ଼ି ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।ଭକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ କ୍ରିଷ୍ଣାଚନ୍ଦ୍ର ପ୍ରଧାନ ଅଜିତ କୁମାର ବିଶି, ଶୁଭସ୍ମିତାପାତ୍ର, ଅଙ୍କିତା ମଲିକ, ମାନସୀ ରାଣୀ ମଲିକ ଓ ପୂର୍ବତନ ଛାତ୍ର ଉପସ୍ଥିତ ରହି ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର

Related Articles

Back to top button