ରାଜ୍ୟ ସ୍ତରୀୟ ହସ୍ପିଟାଲ ମାନଙ୍କରେ ଆଇସିୟୁ ଓ ସିସିୟୁ ବ୍ୟବସ୍ଥା ଉପରେ କର୍ମଶାଳା ଅନୁଷ୍ଠିତ.


ଭୁବନେଶ୍ୱର ଆଜି ଇୟୁନିଟ 6 ସ୍ଥିତ ଇଣ୍ଡିଆନ ମେଡିକାଲ ଆସୋସିଏସନ ଭବନ ଠାରେ ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲ ରେ ଥିବା ଡାକ୍ତର ଓ ସର୍ଜନ ମାନଙ୍କର ଏକ ରାଜ୍ୟ ସ୍ତରୀୟ ଆଞ୍ଚଳିକ ବୈଠକ ଅନୁଷ୍ଠିତ ହୋଇଯାଇଛି. ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଆସ୍ୱାଥି ଏସ ଯୋଗଦେଇ ବିଭିନ୍ନ ହସ୍ପିଟାଲ ମାନଙ୍କରେ ଥିବା ଆଇସିୟୁ ଓ ଶିଶିୟୁ ଗୁଡିକରେ ପେସେଣ୍ଟ ମାନଙ୍କୁ ଉଚିତ ସେବା ପ୍ରଦାନ କରିବା ପାଇଁ ଓ ସମର୍ପିତ ମନୋଭାବ ନେଇ ସେବା ପ୍ରଦାନ କରିବା ଉପରେ ନିଜର ଗଠନ ମୂଳକ ପ୍ରସ୍ତାବ ରଖିଥିଲେ. ସରକାର ଏଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ ବା ଏସଓପି ଜାରି କରିବା ସହ ଉଭୟ ଘରୋଇ ଓ ସରକାରୀ ହସ୍ପିଟାଲ ରେ ସମାନ ନିୟମ ଲାଗୁ କରିବା ପାଇଁ ସରକାର ସଂକଳ୍ପ ବଦ୍ଧ ବୋଲି କହିଥିଲେ. ସେହିପରି ଠିକ ସମୟରେ ପେସେଣ୍ଟ ମାନଙ୍କୁ ଆଇସିୟୁ ଯୋଗାଈଦେବା ସହ ପେସେଣ୍ଟ ମାନଙ୍କ ଲୋକ ମାନେ ସବୁବେଳେ ଡାକ୍ତର ମାନଙ୍କ ସହ କଥା ବାର୍ତା ଜାରି ରଖି ନିତିଦିନର ଅବସ୍ଥା, ସ୍ୱାସ୍ଥ୍ୟ କାର୍ଡରେ ପ୍ରତିଦିନ କେତେ ଖର୍ଚ୍ଚ କେଉଁ କେଉଁ ଚିକିତ୍ସା ପାଇଁ ଖର୍ଚ୍ଚ ହେଉଛି ଆଉ କେତେଦିନ ଚିକିତ୍ସା ହୋଇ ପାରିବ ସେ ବିଷୟରେ ଅବଗତ ହୋଇ ଡାକ୍ତର ମାନଙ୍କୁ ସମ୍ପୂର୍ଣ ସହଯୋଗ କରିବା ଦରକାର ବୋଲି କହିଛନ୍ତି ମଣିପାଳ ହସ୍ପିଟାଲ ଡିରେକ୍ଟର ସରୋଜ କୁମାର ବେହେରା.
ରିପୋର୍ଟ ଦେବ ପ୍ରସାଦ ମହାନ୍ତି



