Breaking News
ବିଦ୍ୟୁତ ଆଘାତ ରେ ଚାଲିଗଲା ଯୁବକର ଜୀବନ, ସରକାରୀ ସହାୟତା ପାଇଁ ଦାବି l
ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )- ବିଦ୍ୟୁତ ସଂସ୍ପର୍ଶ ରେ ଆସି ଯୁବକ ଙ୍କ ଜୀବନ ଗଲା l ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ବେଲପଦର ଗ୍ରାମରେ l ଆହତ ବ୍ୟକ୍ତି ଙ୍କୁ ଗୁରୁତର ଭାବେ ମେଡିକାଲ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ସୂଚନା ମତେ ପୂର୍ଣ୍ଣଚନ୍ଦ୍ର କର୍ଣ୍ଣ ଆଜି ନିଜ ଘରେ ଥିବା ଏକ ଟୁଲୁ ମେସିନ ଦ୍ୱାରା ପାଣି ଲଗାଉଥିବା ସମୟ ରେ ବିଦ୍ୟୁତ ସଂସ୍ପର୍ଶ ରେ ଆସିଥିଲେ l ଘଟଣା ସ୍ଥଳ ରେ ଅଚେତ ହୋଇପଡିବା ଫଳରେ ପରିବାର ଲୋକେ ଦେଖି ତୁରନ୍ତ ବୌଦ୍ଧ ଜିଲ୍ଲା ଡାକ୍ତଖାନା କୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ପୂର୍ଣ୍ଣଚନ୍ଦ୍ର ପରିବାର ରେ ଜଣେ ରୋଜଗାରକ୍ଷମ ଥିବା ଏବଂ ତାଙ୍କର ଏଭଳି ଅକାଳ ମୃତ୍ୟୁ ପରେ ପରିବାର ଲୋକ ଭାଙ୍ଗି ପଡ଼ିଥିବା ବେଳେ ମୃତକ ପରିବାର ଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି l