Orisha
ଚନ୍ଦ୍ରଗିରି ତିବତୀୟନ ବଙ୍ଗଳା ରେ ବିଜେଡି କର୍ମକର୍ତ୍ତାଙ୍କ ବୈଠକ l

ଗଜପତି:୧୦/୦୯/୨୫(ସମର୍ଥ ସମାଚାର )ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ତିବତୀୟନ ବଙ୍ଗଳା ଠାରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ ଙ୍କ ଅଦକ୍ଷ୍ୟତାରେ ମୋହନା ବ୍ଲକ ର ବିଭିନ୍ନ ସମସ୍ୟା ବିଷୟରେ ବ୍ଲକ ର ବିଜେଡି କର୍ମକର୍ତା ଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା l ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ ଓ NRGS କାମ ଉପରେ ଆଲୋଚନା ହୋଇ ଥିଲା l ଏହି ବୈଠକ ରେ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ ଉପସ୍ଥିତ ରହିଵା ସହ ମୋହନା ବ୍ଲକର ବିଜେଡି କର୍ମକର୍ତ୍ତା ଙ୍କ ସହ ବ୍ଲକର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ l ବିଶେଷ କରି ପୂର୍ବ ସରକାର NRGS କାମ ପାଇଁ ୩୦୦ ଦିନ ରଖିଥିଲେ କିନ୍ତୁ ସରକାର ବଦଳିବା ପରେ ଏହି କାମ ୧୦୦ଦିନ ରଖିଛନ୍ତି l ଫଳରେ କାମ ନ ପାଇଁ ଏହି ଅଞ୍ଚଳ ରେ ଅଧିକ ଦାଦନ ଖଟିବାକୁ ଯାଇ ମୃତ ହୋଇ ଗାଁ କୁ ଫେରୁ ଥିବା ବିଧାୟକ କହିଛନ୍ତି l ଏହି ବୈଠକ ରେ ପୂର୍ବତନ ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ସହ ବ୍ଲକ ର ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ l