Breaking News
ଚନ୍ଦ୍ରଗିରିରେ କଂଗ୍ରେସର ସୃଜନ ଅଭିଯାନ କାର୍ଯ୍ୟକ୍ରମ l

ସୁଵିତ କୁମାର ନାୟକ, ମୋହନା
ଗଜପତି :୧୦/୦୯/୨୫(ସମର୍ଥ ସମାଚାର )ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ଶିବ ମନ୍ଦିର ନିକଟରେ ଥିବା ମୂନ ହିଲ୍ଲ ଗୃହ ରେ କଂଗ୍ରେସର ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଯାନ ରେ ମୋହନା ବ୍ଲକର କଂଗ୍ରେସ ସଭାପତି ଙ୍କ ସଭାପତି ତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବ୍ଲକ ର ସମସ୍ତ ପଂଚାୟତରୁ କଂଗ୍ରେସ କର୍ମୀମାନେ ବହୁ ସଖ୍ୟା ରେ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ଦାଶରଥି ଗମାଙ୍ଗ ଉପସ୍ଥିତ ହେବା ସହ ଜିଲ୍ଲା ରେ ନୂତନ ଭାବେ ଜିଲ୍ଲା ସଭାପତି ଚୟନ ବିଷୟରେ ଉପସ୍ଥିତ ଥିବା ମହିଳା, ବୁଦ୍ଧିଜୀବୀ ଓ ଯୁବ ବର୍ଗ ସହ ଆଲୋଚନା କରାଯାଇଥିଲା l ଆଗାମୀ ଦିନ ରେ ରାଜ୍ୟ ରେ କଂଗ୍ରେସ ଭଲ ପ୍ରଦଶନ କରିବ ବୋଲି ବିଧାୟକ କହିଛନ୍ତି l