Orisha

ବୌଦ୍ଧ ଜିଲ୍ଲା ତିନି ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ l

 

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ର ତିନି ଥାନା ରେ ନୂତନ ଥାନା ଅଧିକାରୀ ଭାବେ କାର୍ଯ୍ୟ ରେ ଯୋଗଦାନ କରିଛନ୍ତି ତିନି ଥାନା ଅଧିକାରୀ! ବୌଦ୍ଧ ସଦର ଥାନାରେ ନଳିନୀ କାନ୍ତ ଦାସ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ସଦର ଥାନାରେ ଥିବା ରଂଜିତ ମୁନି କଣ୍ଟାମାଳ ଥାନା ରେ ଯୋଗଦାନ ଦେଇଛନ୍ତି ସେହିପରି କଣ୍ଟାମାଳ ଥାନା ରେ ଥିବା ଭାବନନ୍ଦ ପ୍ରଧାନ ଙ୍କୁ ବୌଦ୍ଧ ସାଇବର ଥାନାରେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି! ସେହିପରି ହରଭଙ୍ଗା ଥାନାରେ ନୂତନ ଥାନା ଅଧିକାରୀ (IIC) ଭାବରେ ବାଲ୍ମୀକି ପ୍ରଧାନ ଯୋଗଦାନ କରିଛନ୍ତି। ସେ ଘଣ୍ଟାପଡା ଠାରୁ ବଦଳି ଆସିଥିବା ବେଳେ, ପୂର୍ବତନ ଥାନା ଅଧିକାରୀ ନଳିନୀ କାନ୍ତ ଦାସ ଙ୍କୁ ବୌଦ୍ଧ ସଦର କୁ ବଦଳି ହୋଇ ଯାଇଛନ୍ତି।
ଯୋଗଦାନ ପରେ ବିଭିନ୍ନ ଥାନାର କର୍ମଚାରୀ, ସାମାଜିକ ସଂଗଠନର ସଦସ୍ୟ, ସ୍ଥାନୀୟ ପ୍ରତିନିଧି ଓ ସାଧାରଣ ଲୋକ, ନୂତନ IIC କୁ ସ୍ବାଗତ କରିଥିଲେ। ଅନ୍ୟପଟେ ଜନସାଧାରଣଙ୍କ ସୁରକ୍ଷା, ଅପରାଧ ନିୟନ୍ତ୍ରଣ ଓ ନୀତି-ନିୟମ ପାଳନକୁ ପ୍ରାଥମ୍ୟ ଦେବି। ଥାନାକୁ ଜନମୂଖୀ କରିବା, ସାଧାରଣଙ୍କୁ ସମ୍ମାନ ସହିତ ସେବା ଦେବା, ଏବଂ ଲୋକଙ୍କ ସହଯୋଗରେ ଅପରାଧ ମୁକ୍ତ ପରିବେଶ ସୃଷ୍ଟି କରିବା ମୋର ପ୍ରଧାନ ଲକ୍ଷ୍ୟ।”
ସେ ଆହୁରି କହିଥିଲେ ଯେ, ସମାଜରେ ମାଦକ ବ୍ୟସନ, ଅବୈଧ ବ୍ୟବସାୟ ଓ ସାମାଜିକ କୁପ୍ରଥାଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ। ଲୋକମାନେ ସିଧାସଳଖ ଥାନାରେ ଆସି ସମସ୍ୟା ଜଣାଇ ପାରିବେ ଓ ପ୍ରତ୍ୟେକ ଅଭିଯୋଗକୁ ଗୁରୁତ୍ୱର ସହିତ ନିଆଯିବ।
ନୂତନ ଥାନା ଅଧିକାରୀଙ୍କ ନେତୃତ୍ୱରେ ଥାନାର କାର୍ଯ୍ୟକଳାପ ଅଧିକ ସୁଚାରୁ, ସୁଦୃଢ଼ ଓ ଜନସେବାମୂଖୀ ହେବ।
ପୋଲିସ-ଜନତା ସମ୍ପର୍କ ସୁଦୃଢ଼ କରିବା ପାଇଁ ସ୍ଥାନୀୟ ସ୍ତରରେ ସଭା, ସଚେତନତା କାର୍ଯ୍ୟକ୍ରମ ଓ ପ୍ରଚାର କାର୍ଯ୍ୟରେ ଅଧିକ ଜୋର ଦିଆଯିବା ଉଚିତ ବୋଲି ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି!

Related Articles

Back to top button