Breaking News

ମନ୍ଦିର ପରିଚାଳନା କମିଟି ପକ୍ଷରୁ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା

ହରଭଙ୍ଗା 10/9(ଚିତ୍ତ ରଞ୍ଜନ ସିଂ)ବୁଧବାର ଦିନ ହରଭଙ୍ଗା ବ୍ଲକ ରେ ନୂତନ ଭାବେ ଯୋଗଦାନ କରିଥିବା ମାନନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିଜୟ କୁମାର ପ୍ରଧାନ ମହୋଦୟଙ୍କୁ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଠିଡ଼ିକାଯୋର (ଚାରିଛକ) ତରଫରୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଈ ସମ୍ବର୍ଦ୍ଧିତ କରାଯାଇଥିଲା।ଜଗନ୍ନାଥ ମନ୍ଦିର ର ପାରିପାର୍ଶ୍ଵିକ ଉନ୍ନତି କରଣ ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରସଙ୍ଗ ଉପରେ ମନ୍ଦିର ପରିଚାଳନା କମିଟି ନୂତନ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଏବଂ ଏଥିସହିତ ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ ଚାରିଛକ ବଜାର ର ସ୍ୱଛତା ଉପରେ ମଧ୍ୟ ଆଲୋକପାତ କରିଥିଲେ। ଗୋଷ୍ଠି ଉନ୍ନୟନ ଅଧିକାରୀ ମଧ୍ୟ ମନ୍ଦିର ର ଉନ୍ନତି କରଣ ପାଇଁ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରିବା ସହିତ ଚାରିଛକ ବଜାର ର ପରିମଳ ଓ ସ୍ୱଛତା ଉପରେ ଉପରେ ମନ୍ଦିର କମିଟି ସହିତ ଆଲୋଚନା କରିଥିଲେ। ଏଥିରେ ମନ୍ଦିର ପରିଚାଳନା କମିଟି ର ସମ୍ପାଦକ ବାମଦେବ ଦାସ ଙ୍କ ସହିତ, କୋଷାଧକ୍ଷ ସିକନ ଦାସ, ସଭ୍ୟ ଅର୍ଜୁନ କହ୍ନର, ସୁରେଶ ବେହେରା, ବେଦବର ପ୍ରଧାନ, ହରିଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Back to top button