Breaking News

ତିର୍ତ୍ତୋଲ ର ଗର୍ବ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ବସନ୍ତ ବିଶ୍ୱାଳ ଙ୍କ ୨୨ ତମ ଶ୍ରାଦ୍ଧବାର୍ଷିକୀ ପାଳନ !!

ତିର୍ତ୍ତୋଲ ::- ସମୟ ଥିଲା ତିର୍ତ୍ତୋଲରେ ଚାଲିଥିଲା ଟେବୁଲ ପିଟା କାମ !ଅର୍ଥାତ ତିର୍ତ୍ତୋଲ ର ବିକାଶ ପାଇଁ ଯାହା ଆବଶ୍ୟକ ତାହା ଅବିଳମ୍ବେ ହେଉଥିଲା ! ସେତେବେଳେ ଥିଲା ବସନ୍ତ ବିଶ୍ୱାଳଙ୍କ ସମୟ !ରାସ୍ତାଘାଟ, ପୋଲ, କେନାଲ ସବୁଠି ଥିଲା ବସନ୍ତ ବିଶ୍ୱଳ ଙ୍କ ସ୍ମୃତି ! ବିଶେଷ କରି ତିର୍ତ୍ତୋଲ ର ନାଉସିରା ଠାରେ ଗଢି ଉଠିଥିବା ସାରଳା ସମବାୟ ସୂତାକଳ ଥିଲା ୧୬ ଶହ ପରିବାରକୁ ଖାଦ୍ୟ ଯୋଗେଇବାର ଅମ୍ଲାନ ଐତିହାସିକ ପଦକ୍ଷେପ !ତାଙ୍କର ଦେହାନ୍ତ ପରେ ଯେତେ ବାବୁ ମାନେ କ୍ଷମତାକୁ ଆସିଲେ, ସେମାନେ ସୂତାକଳ ର ପୁନଃରୁଦ୍ଧାର ନକରି ଭଗ୍ନସ୍ତୁପରେ ପରିଣତ କରିବାରେ ଆନନ୍ଦ ଲାଭ କଲେ !ଦୀର୍ଘଦିନ କ୍ଷମତା ରେ ରହିଥିବା ବିଜେଡି ସରକାର ବୁଝି ପାରିଲେନି ୧୬ ଶହ ଶ୍ରମିକଙ୍କ ଦୁଃଖ !ବୁଡିଗଲା ବସନ୍ତ ବିଶ୍ୱାଳଙ୍କ ସ୍ମୃତି !ଆଜି ୨୨ ତମ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ଅତିଥିମାନେ ପୂର୍ବ ସ୍ମୃତିକୁ ରୋମନ୍ଥନ କରିଥିଲେ !ଆୟୋଜିତ ସଭାରେ ତତ୍ୱାବଧାନ କରିଥିଲେ ଦାଇଁଲୋ ର ପୂର୍ବତନ ସରପଞ୍ଚ ଧନଞ୍ଜୟ ସୁତାର, କୃଷ୍ଣଚନ୍ଦ୍ର ସ୍ୱାଇଁ, ଅକ୍ଷୟ ଦାସ, ମହମ୍ମଦ ଅଥର, ମୀର ଫରହାନ ଉଦ୍ଦିନ, ଜିତେନ୍ଦ୍ର ମହାନ୍ତି, ସମୀର ନନା ଶୁଭାଶିଷ ସ୍ୱାଇଁ, ସଫି ଆଜମ ! ଏହା ବ୍ୟତୀତ ଅନେକ ବସନ୍ତ ବିଶ୍ୱାଳ ପ୍ରେମୀ ଉପସ୍ଥିତ ରହି ନିଜନିଜର ମନ୍ତବ୍ୟ ପ୍ରଦାନ କରିଥିଲେ !

ତିର୍ତ୍ତୋଲ ରୁ ସନୱାର ଅଲ୍ଲୀଙ୍କ ରିପୋର୍ଟ ସମର୍ଥ ସମାଚାର !

Related Articles

Back to top button