Breaking News
୧୬ ରୁ ୨୩ ତାରିଖ ପର୍ଯ୍ୟନ୍ତ ଜାତୀୟ ପଲ୍ଲୀଶ୍ରୀ ମେଳା

ଅନୁଗୁଳ: ସ୍ଥାନୀୟ ଅନୁଗୁଳ ନଗରରେ ୧୬ ରୁ ୨୩ ତାରିଖ ପର୍ଯ୍ୟନ୍ତ ୧୬ତମ ଜାତୀୟ ପଲ୍ଲୀଶ୍ରୀ ମେଳା ୨୦୨୫ ଜିଲ୍ଲା ପ୍ରଶାସନ ଓ ଓରମାସ ସହଯୋଗରେ ଆୟୋଜିତ ହେବ। ଏଥିରେ ୨୨୦ ଟି ଷ୍ଟଲ୍ ଓ ୧୪ ଟି ଫୁଡ୍ ଷ୍ଟଲ୍ ଖୋଲାଯିବ। ଓଡ଼ିଶା ର ୩୦ ଟି ଜିଲ୍ଲା ସହ ମହାରାଷ୍ଟ୍ର, ଗୁଜୁରାଟ, ଜମ୍ମୁ ଓ କଶ୍ମୀର, କର୍ଣ୍ଣାଟକ ଓ ପଞ୍ଜାବ ଆଦି ୧୨ ଟି ରାଜ୍ୟର ସ୍ଵୟଂ ସହାୟକ ଗୋଷ୍ଟି, ଉତ୍ପାଦକ କମ୍ପାନୀ ଓ ଚାଷୀ ଅନୁଷ୍ଠାନ ସଂଗ୍ରହନ କରିବେ। ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ପାନୀୟଜଳ, ଅଗ୍ନିଶମ ଓ ଆଇନ୍ଶଙ୍ଖଳା ପାଇଁ ବ୍ୟବସ୍ଥା ରହିଛି। ଭିନ୍ନକ୍ଷମ ଓ ବୟସ୍କଙ୍କ ପାଇଁ ୱିଲଚେୟାର ଓ ପରିଷ୍କାର ପରିଚ୍ଛନ୍ନ ପାଇଁ ପଦକ୍ଷେପ ନିଆଯାଇଛି। ମେଳା ପ୍ରତିଦିନ ସକାଳ ୧୦ ରୁ ରାତି ୧୦ ପର୍ଯ୍ୟନ୍ତ ଖୋଲା ରହିବ। ଗତ ବର୍ଷ ୭.୨୯କୋଟି ଟଙ୍କାର କାରବାର ହେଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଉଚ୍ଚ କାରବାରର ଆଶା ରହିଛି।(ଅନୁଗୁଳ ରୁ ସନ୍ଦୀପ ରାଜ ସାମନ୍ତ ସମର୍ଥ ସମାଚାର)