Breaking News

ଗଞ୍ଜେଇ ଚୋରା ଚାଲାଣ ପୂର୍ବରୁ ୫ କୁଇଣ୍ଟାଲ ଗଞ୍ଜେଇ ଜବତ, ମାଫିଆ ଚମ୍ପଟ୍ 

ଗଜପତି :0୯/0୯/୨୫(ସମର୍ଥ ସମାଚାର )ଗଞ୍ଜେଇ ଚୋରା ଚାଲାଣ ପୂର୍ବରୁ ମାଡି ବସିଲା ପୋଲିସ, ଘଟଣା ସ୍ଥଳରୁ ପୋଲିସ୍ ୫ କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିବା ବେଳେ ମାଫିଆ ଚମ୍ପଟ୍ ମାରିଛନ୍ତି l ଗଜପତି ଜିଲ୍ଲା ଅଡବା ଥାନା ଗୁଲୁବା ଗାଁ ନିକଟସ୍ଥ ରାସ୍ତା ପାଶ୍ୱର୍ରେ ମାଫିଆ ମାନେ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଅଡବା ଥାନା ପୋଲିସ ଟିମ ଚଢାଉ କରି ଘଟଣା ସ୍ଥଳରୁ ୫ କୁଇଣ୍ଟାଲ ୧୫ କେଜି ଗଞ୍ଜେଇ ଜବତ କରିଛି l ପୋଲିସ ଆସିବା ଜାଣି ଘଟଣା ସ୍ଥଳରୁ କିଛି ମାଫିଆମାନେ ଫେରାର ହୋଇଯାଇଛନ୍ତି l ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଥାନା ପକ୍ଷରୁ ସୂଚନା। ଯାହାକୁ ନେଇ ଆଜି ସନ୍ଧ୍ୟା ୬ ଘଣ୍ଟ ସମୟରେ ମୋହନା କୋର୍ଟ ରେ ଦେଖିବାକୁ ମିଳିଥିଲା।

Related Articles

Back to top button