Breaking News

ଭବାନୀପାଟଣା ଠାରେ ଆଦି କର୍ମଯୋଗୀ ଅଭିଯାନ ଜିଲ୍ଲା ସ୍ତରୀୟ କର୍ମଶାଳା ଆୟୋଜିତ

 

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଆଦି କର୍ମଯୋଗୀ ଅଭିଯାନ ତିନି ଦିନିଆ କର୍ମଶାଳା ଆୟୋଜିତ।ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ”ର ଅଂଶ ଭାବେ କଳାହାଣ୍ଡି ଜିଲ୍ଲାରେ “ଆଦି କର୍ମଯୋଗୀ ଅଭିଯାନ” ପାଇଁ ୩ ଦିନିଆ ଜିଲ୍ଲାସ୍ତରୀୟ କର୍ମଶାଳା ଆରମ୍ଭ ହୋଇଛି।ଭବାନୀପାଟଣା ଏକ ଘରୋଇ ହୋଟେଲ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କଳାହାଣ୍ଡି ଜିଲ୍ଲାପାଳ ସଚିନ୍ ପାଓ୍ବାର ପ୍ରକାଶ କରିଥିବାବେଳେ, ଏହି ଅଭିଯାନରେ ଜିଲ୍ଲା ର ୪୨୪ ଗ୍ରାମ କୁ ସାମିଲ କରି ଜନଜାତୀୟ ଗ୍ରାମର ବିକାଶ ପାଇଁ ପ୍ରଶିକ୍ଷଣ ଦିଆଯାଉଛି। ଜିଲ୍ଲା ମଙ୍ଗଳ ଅଧିକାରୀ, ବିଭିନ୍ନ ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଏଥିରେ ଯୋଗ ଦେଇଛନ୍ତି। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ସମାଚାର 

 

Related Articles

Back to top button