Breaking News

ଶିକ୍ଷାବିତ ଓ ଶିଶୁ ସାହିତ୍ୟିକ ଦେବେନ୍ଦ୍ର ମହାନ୍ତି ଙ୍କୁ ନେସନ ବିଲଡର ଆୱାର୍ଡ଼ ରେ ସମ୍ମାନିତ

ଛତିଆ ନିକଟସ୍ଥ ସମସର ପୁର ପଂଚାୟତ ସମସର ପୁର ଗ୍ରାମର ନ୍ୟାୟ ଜ୍ୟୋତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ ଓ ଶିଶୁ ସାହିତ୍ୟିକ ଦେବେନ୍ଦ୍ର ମହାନ୍ତି ଙ୍କୁ ନେସନ ବିଲଡର ଆୱାର୍ଡ଼ ରେ ସମ୍ମାନିତ କରାଯାଇଛି ।ରୋଟାରି କ୍ଳବ୍ ୩୨୬୨ ତରଫରୁ ଜିଲ୍ଲା ଗଭର୍ଣ୍ଣର ରୋଟାରୀ ଆନ ମନୋଜ ତ୍ରିପାଠୀ ରୋଟାରୀ କ୍ଲବ କ୍ୟାପିଟାଲ ଭୁବନେଶ୍ୱର ର ସଭାପତି ରୋଟାରୀ ଆନ କରୁଣା କାନ୍ତ ବଳିୟାର ସିଂହ,, କ୍ଲବ ସମ୍ପାଦକ ରୋଟାରୀ ଆନ୍ ନିହାର ରଂଜନ ସ୍ବାଇଁ ଓ ଅନ୍ୟ ସଭ୍ୟ ମାନେ ଶ୍ରୀ ମହାନ୍ତିଙ୍କୁ ପ୍ରମାଣ ପତ୍ର, ଉତ୍ତରୀୟ , ସବୁଜ ଚାରା ପ୍ରଦାନ କରିଥିଲେ l ଓଡ଼ିଶାର ପୁର ପଲ୍ଲୀ ରେ ଶିଶୁ ମାନଙ୍କ ପାଈଁ ଉତ୍ସରଗୀ କୃତ ସେବା, ଓ ବିଶିଷ୍ଟ ଶିକ୍ଷାବିତ୍ କ୍ଷେତ୍ରରେ ବହୁ ଅବଦାନ ଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି l ଏହା ଛଡା ବୁଥ ସ୍ତରୀୟ ଅଫିସର ମାନଙ୍କୁ ତାଲିମ୍ ଦେବାରେ ବେଶ୍ ଭୂମିକା ଅଛି l ଗତ ଲୋକ ସଭା ଓ ବିଧାନ ସଭା ନିର୍ବାଚନ ଭୁବନେଶ୍ୱର କେନ୍ଦ୍ର ନିର୍ବାଚନ ରେ ସଫଳତା ସହ କାର୍ଯ୍ୟ କରି ଶ୍ରେଷ୍ଠ ନିର୍ବାଚନ ଅଧିକାରୀ ଭାବେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀଯୁକ୍ତ ଚଞ୍ଚଳ ରାଣା ପୁରସ୍କୃତ ମଧ୍ୟ କରିଛନ୍ତି l ନିଷ୍ଠା, କର୍ତ୍ତବ୍ୟ ନିଷ୍ଠା, ସହଯୋଗ, ର ପୂଜାରୀ ଶ୍ରୀ ମହାନ୍ତି ଙ୍କୁ ବିପୁଳ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ର ବାର୍ତ୍ତା ମିଳୁଛି।ବଡ଼ଚଣା ରୁ କାର୍ତିକ ରାଉତ ଙ୍କ ରିପୋର୍ଟ ସମର୍ଥ ସମାଚାର,

Related Articles

Back to top button