Orisha

ଅନୁଗୁଳ ପୌରପାଳିକାକୁ ଜାତୀୟ ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ପୁରସ୍କାର।

ଅନୁଗୁଳ ପୌରପାଳିକା ମଙ୍ଗଳବାର ନୂଆ ଦିଲ୍ଲୀ ରେ ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ପୁରସ୍କାର ୨୦୨୫ ରେ ସମ୍ମାନିତ ହୋଇଛି। ଦେଶର ସ୍ୱଚ୍ଛ ସହର ଭାବେ ତୃତୀୟ ସ୍ଥାନ ହାସଲ କରି ଅନୁଗୁଳ ପୌରପାଳିକା ୧୨,୫୦,୦୦୦ ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ଓ ପ୍ରମାଣ ପତ୍ର ଗ୍ରହଣ କରିଛି। ନୂଆ ଦିଲ୍ଲୀ ରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଙ୍କ ଠାରୁ ନଗରପାଳ ଅକ୍ଷୟ ସାମନ୍ତ ଏବଂ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରୀପାଠୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ସମାରୋହରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ପୌରପାଳିକା ଉପାଧ୍ୟକ୍ଷା ଅନୁପମା ସାହୁ ଉପସ୍ଥିତ ଥିଲେ। ଏହି ସଫଳତା ପାଇଁ ଅନୁଗୁଳ ରେ ଖୁସିର ଲହରୀ ଖେଳିଯାଇଛି, ଏବଂ ସ୍ଥାନୀୟ ବାସିନ୍ଦା ଙ୍କ ମଧ୍ୟରେ ଗର୍ବ ଓ ଉଛାହର ପରିବେଶ ଦେଖାଦେଇଛି।

Related Articles

Back to top button