ଏସ ଟି &ଏସ ସି ୱେଲ ଫେଆର୍ କମିଟିର ରାଷ୍ଟ୍ରୀୟ ଅଧକ୍ଷ ସମ୍ମିଳନୀ ଅନୁଷ୍ଠିତ ହେବ।

ଭୁବନେଶ୍ବର ଆଜି ବିଧାନସଭାର 54 ନଂ ହଲରେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଥିବା ଅଲ୍ ଇଣ୍ଡିଆ ଏସ ଟି ଏବଂ ଏସ ସି ବିଧାୟକ ଓ ସାଂସଦ ମାନଙ୍କର କମିଟି ଅଧକ୍ଷ ସମ୍ମିଳନୀ ବିଷୟରେ ଅବଗତି ନିମନ୍ତେ ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ଏହି ସମ୍ମିଳନୀରେ ବିଧାନସଭା ସଚିବ ସତ୍ୟ ବ୍ରତ ରାଉତ, ସୂଚନା ଲୋକ ସମ୍ପର୍କ ବିଭାଗର ଯୁଗ୍ମ ସଚିବ ମାନେ ଉପସ୍ଥିତ ରହି ସମସ୍ତ କାର୍ଯକ୍ରମ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ଓଡ଼ିଶାରେ ପ୍ରଥମ ଥର ପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଏସ ସି ଓ ଏସ ଟି ବିଧାୟକ ବିଧା ୟିକା କମିଟିର ସଦସ୍ୟ ମାନେ ଓ ଅଧକ୍ଷ ମାନେ ଯୋଗଦେବେ ଓ ସବୁ ଏସ ସି ଓ ଏସ ଟି ସାଂସଦ ମାନେ ଯୋଗଦେବାପାଇଁ ସ୍ଥିର କରାଯାଇଛି। ଓଡିଶାରେ ରାଷ୍ଟ୍ରୀୟ ସ୍ତରର ଏଭଳି ଆୟୋଜନ ପାଇଁ ମାନ୍ୟବର ଲୋକ ସଭାର ବାଚସ୍ପତି ଓମ୍ ବିର୍ଲା ଅନୁମତି ଦେଇଛନ୍ତି ଓ ସେ ଆସନ୍ତା କାଲି ଏହି ସମ୍ମିଳନୀକୁ ଲୋକସେବା କନ୍ ଭେସନ୍ ହଲରେ ଉଦଘାଟନ କରିବେ ବୋଲି ଶ୍ରୀମତୀ ସୁରମା ପାଢ଼ୀ କହିଛନ୍ତି। ଦୁଇଦିନ ଧରି ହେବାକୁ ଥିବା ଏହି ରାଷ୍ଟ୍ରୀୟ ସମ୍ମିଳନୀରେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମାନ୍ୟବର୍ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି, ଲୋକ ସଭା ବାଚସ୍ପତି ଓମ୍ ବିର୍ଲା, ରାଜ୍ୟ ସଭା ଉପାଧ୍ୟକ୍ଷ ହରିବଂଶ ଜୀ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କର ସମସ୍ୟା ଓ ସମାଧାନ ସମ୍ବନ୍ଧରେ ଆଲୋଚନା କରିବେ ଓ ଉଦଯାପନୀ ଉତ୍ସବରେ ମହାମହିମ ରାଜ୍ୟପାଳ ହରିବାବୁ କୁମ୍ଭମ୍ପତି ଯୋଗଦେବାର କାର୍ଯକ୍ରମ ଅଛି ବୋଲି ସୂଚନା ଦେଇଛନ୍ତି ମାନ୍ୟ ବର ସୁରମା ପାଢ଼ୀ।
ରିପୋର୍ଟ ଦେବ ପ୍ରସାଦ ମହାନ୍ତି