ଭୁବନର ଗଣପର୍ବ ଦଶ’ରା ର ଐତିହାସିକ ବଳଦ ଯାତ୍ରା ଓ ଦୂର୍ଗାପୂଜା ପାଇଁ ଶୁଭ ମାଟି ଉଠାଣ ।

– ଅଗ୍ରପୂଜ୍ୟ ଗଜାନନ ଙ୍କ ପୂଜା ଠାରୁ ଭୁବନର ଗଣପର୍ବ ଦଶହରା ପାଇଁ ବାଜିଲା ବିଗୁଲ। ଦଶହରା ରେ ଐତିହାସିକ ବଳଦ ଯାତ୍ରା ଓ ଦୂର୍ଗାପୂଜା ପାଇଁ ଉଠିଲା ଶୁଭ ମାଟି । ଆଜି ଠାରୁ ଉତ୍ସବ ମୁଖର ହୋଇଉଠିଛି ସାରା ଭୁବନ ।ଦୂର୍ଗାପୂଜା ଆଉ ମାତ୍ର ଗୋଟିଏ ମାସ ରହିଥିବା ବେଳେ ପବିତ୍ର ଗଣେଷ ପୂଜା ଅବସରରେ ବିଭିନ୍ନ ପୂଜା ଅନୁଷ୍ଠାନ ତରଫରୁ ଆଜି ମାଟି ଉଠାଣ ହୋଇଛି। ପ୍ରଥମଥର ପାଇଁ ଦେଶ ଦୂର୍ଗା ତରଫରୁ ମାଟି ଉଠାଣରେ ଦଶରା ବଳଦ ସାମିଲ ହୋଇଛି। ଏହି ଅବସରରେ ବଡ଼ହାଟ ବିଘ୍ନ ମହାନ୍ତି ପୂଜା କମିଟି, ଦେଶ ଦୂର୍ଗା, ବନ ଦୂର୍ଗା , ହର ଗୈାରୀ , ଦୂର୍ଗା ବଜାର, ହାଟ ଦୂର୍ଗା, ବାଜି ଛକ, ପୋଥାଳ ସାହି, ହର ପାର୍ବତୀ, କ୍ଲାସିକ କ୍ଳବ୍, ହାଟ ବଣିକ ,ନୁଅଭୁବନ୍ ମଝିସାହି ଓ ନୂଆ ଭୁବନ ଦୂର୍ଗାପୂଜା କମିଟି ତରଫରୁ ରୀତିନୀତି ଅନୁଯାୟୀ ମାଁ ଙ୍କର ଶୁଭ ମାଟି ଅଣାଯାଇଛି । ତେବେ ଭୁବନ ରେ ମୋଟ ୧୩ ଟି ମଣ୍ଡପରେ ମାଁ ଦୁର୍ଗତି ନାଶିନୀ ଓ ହରପାର୍ବତୀ ପୂଜା ପାଇବେ ।
ଭୁବନ ରୁ ସ୍ଵତନ୍ତ୍ର ପ୍ରତିନିଧି ଅରୁଣ କୁମାର ସାହୁ ଙ୍କ ରିପୋର୍ଟ,ସମର୍ଥ ନୀଉଜ