Breaking NewsOrisha

ବୌଦ୍ଧ ଜିଲ୍ଲାରେ ଶ୍ରୀରାମ ଶୌର୍ଯ୍ୟ ଜାଗରଣ ରଥ ପରିକ୍ରମା।

ବୌଦ୍ଧ-୨-୧୦ (ସମର୍ଥ ନ୍ୟୁଜ) ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ଉଦଘାଟନ ହେବା ପୂର୍ବରୁ ବିଶ୍ବହିନ୍ଦୁ ପରିଷଦ ପଶ୍ଚିମ ପ୍ରାନ୍ତ ଓ ବଜରଙ୍ଗ ଦଳର ଆହ୍ୱାନ କ୍ରମେ ପରିକ୍ରମାରେ ବାହାରିଥିବା ଶ୍ରୀରାମ ଶୌର୍ଯ୍ୟ ଜାଗରଣ ରଥ ସୋମବାର ବୌଦ୍ଧ ଜିଲ୍ଲା ସଦର ବ୍ଲକ ଦହ୍ୟା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବାହାରି ମନମୁଣ୍ଡା ଅଞ୍ଚଳର ବିଭିନ୍ନ ଗ୍ରାମ ପରିକ୍ରମା କରି ସ୍ଥାନୀୟ ସୁବର୍ଣ୍ଣମେରୁ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିବା ପରେ ସେଠାରେ ଲାଲବାହାଦୁର ଶାସ୍ତ୍ରୀ ଓ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ଏହା ପରେ ସେଠାରେ ବୌଦ୍ଧିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା l ସେଠାରୁ କଣ୍ଟାମାଳ ଅଞ୍ଚଳକୁ ରଥ ଯିବା ସମୟରେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ମାନେ ସଂକୀର୍ତ୍ତନ ମାଧ୍ୟମରେ ରଥକୁ ସ୍ବାଗତ କରିବା ସହିତ ଦର୍ଶନ ମଧ୍ୟ କରିଥିଲେ l କଣ୍ଟାମାଳ ଶିଶୁମନ୍ଦିରରେ ରାତ୍ରିକାଳୀନ ରହଣି ହେବ ବୋଲି କାର୍ଯ୍ୟକର୍ତ୍ତା ମାନେ ସୂଚନା ଦେଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ସ୍ୱାମୀ ଶୁଖାନନ୍ଦ ସରସ୍ବତୀ, ଶ୍ରୀରାମ ଶୌର୍ଯ୍ୟ ଜାଗରଣ ରଥ ପରିକ୍ରମାର ବୌଦ୍ଧ ସୋନପୁର ସମ୍ବଲପୁର ପ୍ରଭାରୀ ବିପିନ ବିହାରୀ ଗଡ଼ନାୟକ, ଶୌର୍ଯ୍ୟ ଜାଗରଣ ସମିତିର ବୌଦ୍ଧ ଜିଲ୍ଲା ସଂଯୋଜକ ପ୍ରେମାନନ୍ଦ ମିଶ୍ର,  ମିତ୍ର ଭାଇ, ଚନ୍ଦନ ଭାଇ, ବଜରଙ୍ଗ ଦଳର ବୌଦ୍ଧ ଜିଲ୍ଲା ସଂଯୋଜକ ସଂଜୀବ ଭାଇ, ଜିଲ୍ଲା ସହସଂଯୋଜକ ଚକିତ ଭାଇ, କଣ୍ଟାମାଳ ପ୍ରଖଣ୍ଡର ସଂଯୋଜକ ବିଧାନ ଭାଇ, ସହ ସଂଯୋଜକ  ଅନନ୍ତ ଭାଇଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଏଥିରେ ସାମିଲ ହୋଇ ରଥ ପରିକ୍ରମା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।

Related Articles

Back to top button