ଚେଳିତୋଳ ବୋଇତ ବନ୍ଦାଣ ଓ ବାଲିଯାତ୍ରା ମହୋତ୍ସବ ୨୦୨୫ ସର୍ବଦଳୀୟ ପ୍ରସ୍ତୁତି ବୈଠକ !!


ତିର୍ତ୍ତୋଲ ::-ଐତିହାସିକ ବୋଇତ ବନ୍ଦାଣ ଓ ୨୪ତମ ବାଲିଯାତ୍ରା ମହୋତ୍ସବ ୨୦୨୫ ପାଇଁ ସର୍ବଦଳୀୟ ପ୍ରସ୍ତୁତି ବୈଠକ ତିର୍ତ୍ତୋଲ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି !ବାଲିଯାତ୍ରାର ସ୍ଥାୟୀ ସଭାପତି ତଥା ତିର୍ତ୍ତୋଲ ର ବିଧାୟକ ଡଃ. ରମାକାନ୍ତ ଭୋଇ ଙ୍କ ଆହ୍ୱାନରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ତିର୍ତ୍ତୋଲ ଅତିରିକ୍ତ ତହସିଲଦାର କଳ୍ପନା ମାଡାମ, ତିର୍ତ୍ତୋଲ ବିଡ଼ିଓ ମହୋଦୟ, ସମାଜସେବୀ ବିବେକାନନ୍ଦ ହୋତା, ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି, ବରିଷ୍ଠ ସମାଜସେବୀ ପ୍ରଭାତ କୁମାର ମହାନ୍ତି, ତିର୍ତ୍ତୋଲ ଥାନାଧିକାରୀ, ତିର୍ତ୍ତୋଲ ଅଗ୍ନିଶମ ଅଧିକାରୀ,ଜିଲ୍ଲା ବିଜେଡି ଉପ ସଭାପତି ଅଶ୍ୱିନୀ କୁମାର ଦାସ, ବାଲିଯାତ୍ରା କମିଟିର ସାଂସ୍କୃତିକ ସଂଯୋଜକ ବିମଳ କୁମାର ମହାପାତ୍ର ଏବଂ ସମସ୍ତ ସରକାରୀ ଦପ୍ତର ର ପଦାଧିକାରୀ ମାନେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା !ଚଳିତ ବାଲିଯାତ୍ରା ଯେପରି ସବୁଠାରୁ ଆକର୍ଷଣୀୟ ହୋଇ ପାରିବ ସର୍ବଦଳୀୟ ଭାବେ ସମସ୍ତେ ଚେଷ୍ଟା କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା !ସବୁଠୁଁ ଭଲ ନିଷ୍ପତ୍ତି ଥିଲା ଯେ ପ୍ରାରମ୍ଭ ରୁ ଯେଉଁ ମାନେ ବାଲିଯାତ୍ରା କୁ ସମୟ ଦେଇ ସରସ ସୁନ୍ଦର କରି ଆଗେଇ ଆଣିଥିଲେ ସେ ସମସ୍ତଙ୍କୁ ଖୋଜି ଲୋଡି ନିମନ୍ତ୍ରଣ କରି ଡକାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିବା !ଏହି ସବୁ କାର୍ଯ୍ୟରେ ବିବେକାନନ୍ଦ ହୋତା ଓ ପ୍ରଭାତ କୁମାର ମହାନ୍ତି ଙ୍କୁ ଦାୟିତ୍ୱ ନ୍ୟସ୍ତ କରାଗଲା !ପ୍ରଥମ କରି ନିର୍ଦଳୀୟ ଭାବେ ସମସ୍ତେ ବାଲିଯାତ୍ରାର କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କାଟିଥିବାରୁ ଉପସ୍ଥିତ ବ୍ୟକ୍ତି ବିଶେଷ ଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ! ଦୁଃଖର ବିଷୟ ଏହିଁଯେ ବାଲିଯାତ୍ରା ସରିବା ପରେ ପଡିଆରେ ଜମି ରହିବା କଚଡ଼ା ସଫା କରିବାକୁ ଗତ ବର୍ଷ ଭୁଲି ଯାଇଥିବା ବେଳେ ଚଳିତ ବର୍ଷ ସେ ବିଷୟରେ କୌଣସି ଆଲୋଚନା କରାଯାଇ ନଥିଲା ! ଦେଖିବାକୁ ରହିଲା ବାଲିଯାତ୍ରାର ସଫଳତା ପାଇଁ ମାଇଲେଜ ନେଉଛି କିଏ ? ବାଲିଯାତ୍ରା ପରବର୍ତ୍ତୀ ବର୍ଜ୍ୟବସ୍ତୁ କୁ ପରିବେଶ ଦୂଷିତ ପାଇଁ ଛଡା ଯାଉଛି ନା ବାଲିଯାତ୍ରା ପଡିଆକୁ ପ୍ରଦ୍ୟୁଷଣ ମୁକ୍ତ କରାଯାଉଛି !!
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ସମାଚାର ,!!




