Breaking News

ଘଣ୍ଟାପଡ଼ାରେ ମା’ ସମଲେଶ୍ଵରୀ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ । ଘଣ୍ଟାପଡ଼ା ଓ ମାତାକୁପା ଦଳ ସେମିରେ ।

କଣ୍ଟାମାଳ, ୨୪/୧୦/୨୫:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ହାଇସ୍କୁଲ ଖେଳ ପଡ଼ିଆରେ ସମଲେଶ୍ଵରୀ ସ୍ଫୋଟିଙ୍ଗ ଓ ସମଲେଶ୍ଵରୀ ୟୁଥ କ୍ଲ୍କକ୍ ଦ୍ଵାରା ଆୟୋଜିତ ମା’ ସମଲେଶ୍ଵରୀ ଫୁଟବଲ ଟୁର୍ନାମେଣ୍ଟ ଶୁକ୍ରବାର ଦିନ ଅତିଥିଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି। ଗ୍ରୁପ୍ ଏରୁ ୮ଟି ଦଳମଧ୍ୟରେ ମୋଟ ୬ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। କ୍ଵାଟର ଫାଇନାଲରେ କର୍ଲାମୂହାଣ ଓ ମାତାକୁପା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ ଦେଇ ନପାରିବାରୁ ସୁଟ ଆଉଟ ମାଧ୍ୟମରେ ମାତାକୁଯା ୪-୩ଗୋଲରେ କର୍ଲାମୁହାଣକୁ ପରାସ୍ତ କରି ପ୍ରଥମ ଦଳ ଭାବେ ସେମିଫାଇନାଲକୁ ଉନ୍ନିତ ହୋଇଛି। ସେହିପରି ଅନ୍ୟ କ୍ଵାଟର ଫାଇନାଲରେ ଘଣ୍ଟାପଡ଼ା ଏସ୍‌ଏସ୍‌ ଦଳ ୨-୦ ଗୋଲରେ କମସରା ଏଫସି ଦଳକୁ ପରାସ୍ତ କରି ଦ୍ୱିତୀୟ ଦଳଭାବେ ସେମିଫାଇନାଲରେ ପହଞ୍ଚିଛି। ଉକ୍ତ ଟୁର୍ନାମେଣ୍ଟର ଉଦଘାଟନୀ ଦିବସରେ ସ୍ଥାନୀୟ ହାଇସ୍କୁଲର ପ୍ରଧାନଶିକ୍ଷକ ପିତବାସ ପଣ୍ଡା, ଘଣ୍ଟାପଡ ଥାନାଧିକାରୀ ମାଧବ ଚନ୍ଦ୍ର ଟାକ୍ରି, ବିଜେପି ଘଣ୍ଟାପଡ଼ା ମଣ୍ଡଳ ସଭାପତି ଗୋପୀନାଥ କଅଁର,ପୂର୍ବତନ ଖେଳାଳୀ ଋଷଭ ମାଝୀ, ପୂର୍ବ ୱାର୍ଡସଭ୍ୟ ତପନ ମହଲା ,ଉପଦେଷ୍ଠା ସୁଶାନ୍ତ ମାଝି ପ୍ରମୁଖ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ। ସଂଜୀବ ସାହୁ ଖେଳ ପରିଚାଳନା କରିଥିବା ସ୍ଥଳେ ବିରେନ୍ଦ୍ର ଦେହୁରୀ ଓ ଅଗସ୍ତୀ ମଲିକ ଧାରା ବିବରଣୀ ପ୍ରଦାନ କରିଥିଲେ। ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର

Related Articles

Back to top button