Breaking News

ଭୈରବୀ ଡ଼ିଗ୍ରୀ ମହାବିଦ୍ୟାଳୟ ରେ ଯୁବ ରେଡକ୍ରସ୍ ଆନୁକୁଲ୍ୟରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ଭୈରବୀ ଡ଼ିଗ୍ରୀ ମହାବିଦ୍ୟାଳୟ ର ଯୁବ ରେଡକ୍ରସ୍ ଏବଂ ମହାନଦୀ ନେତ୍ର ଚିକିତ୍ସାଳୟ,ପଣ୍ଡାପାଲି ର ମିଳିତ ଆନୁକୁଲ୍ୟ ରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିର ରେ ବୌଦ୍ଧ ବିଧାୟକଙ୍କ ହରଭଙ୍ଗା ବ୍ଲକ ପ୍ରତିନିଧି ତଥା ବରିଷ୍ଠ ନେତା ସୁଶାନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ମହାବିଦ୍ୟାଳୟ ର ଅଧ୍ୟାପକ ଲଳିତ କୁମାର ମେହେର, ଡ଼ ପ୍ରମୋଦ କୁମାର ମହାପାତ୍ର ତଥା ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଅଣ ଶିକ୍ଷକ କର୍ମଚାରୀ ଯୋଗଦାନ କରିଥିଲେ। ଏହି ଶିବିର ରେ ହରଭଙ୍ଗା ବ୍ଲକ ରୁ 80 ଜଣ ଚକ୍ଷୁ ପରୀକ୍ଷା କରିଥିଲେ।ପଣ୍ଡାପାଲି ଚିକିତ୍ସାଳୟ ର କର୍ମଚାରୀ ନବ କୁମାର ସାହୁ,ମହେଶ ବେହେରା,ହିମାଂଶୁ ପରିଡା,ଶିବ ଶକ୍ତି ବଡି,ହିମାଂଶୁ ମହାକୁଡ ପ୍ରମୁଖ ଚକ୍ଷୁ ପରୀକ୍ଷା କରିଥିଲେ। ଏହି ସମସ୍ତ କାର୍ଯକ୍ରମ କୁ ମହାବିଦ୍ୟାଳୟ ର ଅଧ୍ୟାପକ ତଥା ବୌଦ୍ଧ ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ସୁରେଶ୍ୱର ଯୋଶୀ ପରିଚାଳନା କରିଥିଲେ।

Related Articles

Back to top button