କଲରାକୋଠା ମହିଷାସୁର ଦରବାର ଚତୁର୍ଥ ସଂଧ୍ୟା– ଦେବତାଙ୍କ ଆହ୍ୱାନ କ୍ରମେ ମା ଦୁର୍ଗାଙ୍କ ଜନ୍ମ ।


କଣ୍ଟାମାଳ,୨୪/୧୦ / ୨୫: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ୟୁଥ ଫ୍ରେଣ୍ଡସ ଆସୋସିଏସନ କଲରାକୋଠା ଦ୍ୱାରା ଆୟୋଜିତ ୩୭ତମ ଶାରଦୀୟ କାଳୀପୂଜା ଅବସରରେ ଆୟୋଜିତ ମହିଷାସୁର ଦରବାର ର ଚତୁର୍ଥ ସନ୍ଧ୍ୟାର ରଙ୍ଗସଭାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମହିଷାସୁର ଦରବାରରେ ରାଜକୀୟ ମୁଖ୍ୟଅତିଥି ଭାବେ କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ କନ୍ହେଇଁ ଚରଣ ଡାଙ୍ଗ ଓ ସମ୍ମାନୀତ ଅତିଥି ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ, ୨ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ପଦ୍ମାଳୟା ପ୍ରଧାନ, ୧ନଂଜୋନର ସଦସ୍ୟା ଶ୍ରୀମତୀ ସୁମିତ୍ରା ସାହୁ,ଋଣ୍ଡିମହୁଲ ସରପଞ୍ଚ ପଞ୍ଚାନନ ସାହୁ, ଯୁବନେତା ଓମ ପ୍ରକାଶ ମିଶ୍ର, ଶିକ୍ଷାବିତ ନୀଳାଞ୍ଚଳ ଭୋଇ,ସମାଜସେବୀ ସତ୍ୟନାରାୟଣ ମାଝି,ଦେବେନ୍ଦ୍ର କୁଦେଇ, ପିନାକଧର ରଣା,ଖମନମୁଣ୍ଡା ସରପଞ୍ଚ ଶ୍ରୀମତୀ ଅଳକା ପ୍ରଧାନ ପ୍ରମୁଖ ଯୋଗଦେଇ ଦରବାରର ଆୟୋଜନ ଓ ଅଂଚଳର ମହାନ କଳା ସଂସ୍କୃତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ଧରଣୀସେନ ସାହୁ ଦରବାର ପରିଚାଳନା କରିଥିଲେ l ଏହିଅବସରରେ ମହିଷାସୁର ଙ୍କ ଦ୍ୱାରା ସମସ୍ତ ଅତିଥିମାନଙ୍କୁ ଉପଢୌକନ ଓ ମାନପତ୍ର ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ଚତୁର୍ଥ ସନ୍ଧ୍ୟାରେ ମହିଷାସୁରଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ଦେବତାଗଣ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ ଗୁହାରି କରିବାପରେ ସମସ୍ତ ଦେବତାମାନଙ୍କ ଆହ୍ୱାନ କ୍ରମେ ମହିଷାମର୍ଦ୍ଧିନୀ ମା ଦୁର୍ଗା ଙ୍କ ଜନ୍ମ ତଥା ଆବିର୍ଭାବ ହୋଇଥିବା ନାଟକ ମଞ୍ଚସ୍ଥ ହୋଇଥିଲା l ମହିଷାସୁର ଭୂମିକାରେ ପଶ୍ଚିମ ଓଡ଼ିଶାର ପ୍ରଖ୍ୟାତ କଳାକାର ସୁଶୀଲ କୁମାର ମେହେର ଙ୍କ ଅଭିନୟ କୁ ଦର୍ଶକମାନେ ଭୁୟସୀ ପ୍ରଶଂସା କରିଥିଲେ l କମିଟି ସଭାପତି ପ୍ରଫୁଲ୍ଲ ସାହୁ, ସମ୍ପାଦକ ପ୍ରକାଶ ରଣା ସମେତ ପୂଜା କମିଟି ସଦସ୍ୟ ଓ ପୋଲିସ ଙ୍କ ଉଦ୍ୟମରେ ଶାନ୍ତିଶୃଙ୍ଖଳାର ସହିତ ଦର୍ଶକମାନେ ବିଳମ୍ୱିତ ରାତ୍ର ପର୍ଯ୍ୟନ୍ତ ମିନାବଜାର ବୁଲିବା ସହ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର




