Breaking News

କୃଷ୍ଣାନନ୍ଦପୁର ରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଉଦଯାପିତ !!

ତିର୍ତ୍ତୋଲ ::-(କୃଷ୍ଣାନନ୍ଦପୁର )ବିଦ୍ୟାଳୟ ସ୍ତରୀୟ ଶିକ୍ଷାର୍ଥୀ ମାନଙ୍କର ଅଭ୍ୟନ୍ତରୀଣ କଳାର ବିକାଶ କରିବା ପାଇଁ ସରକାରୀ ସ୍ତରରେ ଶିକ୍ଷାବିଭାଗ ଯେଉଁ ପ୍ରୟାସ କରିଛି, ନିଶ୍ଚିତଭାବେ ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ଅବିଭାବକ ମାନେ ଆଲୋଚନା କରୁଥିବାର ଦେଖିବାକୁ ମିଳିଛି, କୃଷ୍ଣାନନ୍ଦପୁର କ୍ଲଷ୍ଟର ଅଧୀନ ସଦ୍ୟ ଆୟୋଜିତ ଶିଶୁ ମହୋତ୍ସବ ସୁରଭି ୨୦୨୫ ରେ !ଏହି କାର୍ଯ୍ୟକ୍ରମ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ମୋହନ ଟୁଡୁ ଙ୍କ ତତ୍ୱାବଧାନ ରେ ଆୟୋଜିତ କୃଷ୍ଣାନନ୍ଦପୁର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ହୋଇଥିବା ବେଳେ,ସ୍କୁଲର ପ୍ରଧାନଶିକ୍ଷକ ସେଖ ଅମନ ଉଲ୍ଲା ସଭାପତିତ୍ୱ କରିଥିଲେ !ପୂର୍ବତନ ପ୍ରଧାନଶିକ୍ଷକ କ୍ଷୀରୋଦ କୁମାର ଖଟୁଆ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଥିଲେ ପୂର୍ବତନ ପ୍ରଧାନଶିକ୍ଷକ ରାମଚନ୍ଦ୍ର ନାୟକ !ଅନ୍ୟତମ ଅତିଥିଭାବେ ତିନିଜଣ ପୂର୍ବତନ ସିଆରସିସି ଏବଂ କ୍ଳଷ୍ଟର ଅଧିନସ୍ତ କୃଷ୍ଣନନ୍ଦପୁର ଓ ବିଶନପୁର ର ସମସ୍ତ ବିଦ୍ୟାଳୟ ର ଗାଇଡ଼ ଶିକ୍ଷକ ଉପସ୍ଥିତ ଥିବାର ଦେଖିବାକୁ ମିକିଥିଲା !ଏହି ଅବସରରେ ଶିଶୁ ପ୍ରତିଭା ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ବକ୍ତୃତା, ଚିତ୍ରାଙ୍କନ, ରଚନା,ସଂଗୀତ,ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ,କୁଇଜ, ହସ୍ତାକ୍ଷର ଓ ସୃଜନଶୀଳନ ଲିଖନ ପ୍ରତିଯୋଗିତା କରାଯାଇ ସେମାନଙ୍କ ମଧ୍ୟରୁ ପ୍ରଥମ, ଦ୍ଵିତୀୟ, ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରିବା ସହିତ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପାଇଁ ନାମ ପ୍ରେରଣ କରା ଯାଇଥିଲା !ଶେଷରେ ଆଞ୍ଚଳିକ ସାଧନକେନ୍ଦ୍ର ରେ ସଂଯୋଜକ ମୋହନ ଟୁଡୁ ଧନ୍ୟବାଦ ଅର୍ପଣ କରିଥିଲେ !!

ଜଗତସିଂହପୁର ରୁ ସନାୱର ଅଲ୍ଲୀଙ୍କ ରିପୋର୍ଟ ସମର୍ଥ ସମାଚାର !!

Related Articles

Back to top button