Breaking News

ଉତ୍କଳ କଳାକାର ଏକାଡେମି ଦ୍ୱାରା ‘The Wings’ ସାଂସ୍କୃତିକ କାର୍ଯ୍ୟକ୍ରମ ର ଭବ୍ୟ ଆୟୋଜନ !!


ରାଉରକେଲା::-ଉତ୍କଳ କଳାକାର ଏକାଡେମି, ସୁନ୍ଦରଗଡ଼ Wings ଦ୍ୱାରା ଆଜି ବେଦବ୍ୟାସ ହାଇ ସ୍କୁଲରେ ଏକ ଭବ୍ୟ ସାଂସ୍କୃତିକ କାର୍ୟକ୍ରମ ‘The Wings (Giving Wings to Your Dreams)’ ଆୟୋଜିତ ହୋଇଥିଲା !
ଏହି ଅବସରରେ ନୃତ୍ୟ, ଗୀତ, ଚିତ୍ରକଳା ଏବଂ ଅଭିନୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ଯେଉଁଥିରେ ଛାତ୍ରଛାତ୍ରୀ ମାନେ ନିଜର ପ୍ରତିଭାର ଅଦ୍ଭୁତ ପ୍ରଦର୍ଶନ କରିଥିଲେ ! ବିଜେତାମାନଙ୍କୁ ଟ୍ରଫି ଏବଂ ସାର୍ଟିଫିକେଟ୍ ପ୍ରଦାନ କରା ଯାଇଥିଲା !
କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀ କମଳ ଅଗରୱାଲ ଓ ବିଶିଷ୍ଟ ଅତିଥି ଭାବେ ଶ୍ରୀମତୀ ଲିନା ତ୍ରିପାଠୀ, ଶ୍ରୀମତୀ ନିଶି ନନ୍ଦା, ଶ୍ରୀ ଉମେଶ ଚନ୍ଦ୍ର ଦାସ, ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଡ଼ଃ ଉମାକାନ୍ତ ପଣ୍ଡା, ଶ୍ରୀ ମୀନକେତନ ମହାନ୍ତି, ଶ୍ରୀମତୀ ପ୍ରଜ୍ଞା ପରମିତା ଏବଂ ଶ୍ରୀମତୀ ସୁସ୍ମିତା ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ପ୍ରାରମ୍ଭ କରିଥିଲେ !
ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଉତ୍କଳ କଳାକାର ଏକାଡେମିର ସମଗ୍ର ଦଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ! ଉତ୍କଳ କଳାକାର ଏକାଡେମୀ ର ଓଡିଶା ର ଚେୟାରମ୍ୟାନ ଶ୍ରୀ ଶଶଧର ପଣ୍ଡା
ଜିଲ୍ଲା ଅଧ୍ୟକ୍ଷା ଶ୍ରୀମତୀ ଦିପ୍ତିମୟୀ ସୁନ୍ଦରାୟ,ମହାସଚିବ ସୁଶ୍ରୀ ସୁଭାଶ୍ରୀ ସ୍ୱାଇଁ,କୋର୍ଡିନେଟର ଶ୍ରୀ ସୁରେଶ କୁମାର ନନ୍ଦା,ଉପାଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର ପତ୍ରି ଏବଂ ଶ୍ରୀ ସୁରେନ୍ଦ୍ର ପାଢି,ମିଡିଆ କନଭେନର୍ସ ଶ୍ରୀ କୁଞ୍ଜ ବିହାରୀ, ସୁଶ୍ରୀ ପ୍ରିୟଙ୍କା ପାଣି, ସୁଶ୍ରୀ ଗରିମା ପତ୍ରି, ଶ୍ରୀ ସୁଶାନ୍ତ ନାୟକ, ସୁଶ୍ରୀ ପୁଷ୍ପଲତା ବିସୋଇ ଓ ଶ୍ରୀ ହରମୋହନ ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମ କୁ ଉତ୍ସାହିତ କରିଥିଲେ !ବେଦବ୍ୟାସ ହାଇ ସ୍କୁଲର ହେଡମାଷ୍ଟର ଶ୍ରୀ ଉମେଶ ଚନ୍ଦ୍ର ଦାସ, ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼ଃ ଉମାକାନ୍ତ ପଣ୍ଡା, ଏବଂ ସମସ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କ ଯୋଗାଯୋଗରେ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳ ଓ ସ୍ମରଣୀୟ ହୋଇପାରିଲା !କାର୍ଯ୍ୟକ୍ରମ ଶେଷରେ ଶ୍ରୀ ଗିରିଶ ଚନ୍ଦ୍ର ପଣ୍ଡା ଅତିଥିମାନଙ୍କ ଓ ପ୍ରତିଭାଗୀ ମାନଙ୍କ ପ୍ରତି ଧନ୍ୟବାଦ ଜଣାଇଥିଲେ !!

ବ୍ୟୁରୋ ରିପୋର୍ଟ ସମର୍ଥ ସମାଚାର !!

Related Articles

Back to top button