Breaking News

ତେନ୍ତୁଲିଖୁଣ୍ଟି ର ୨୯ତମ ଗିରିଗୋବର୍ଦ୍ଧନ ପୂଜା ସହ ନାମଯଜ୍ଞ ଉଦଯାପିତ

 

କଣ୍ଟାମାଳ, ୨୩/୧୦/୨୫: ସମର୍ଥ ସମାଚାର(ପ୍ରଭାତ କୁମାର ସାହୁ)ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମହାସମାରୋହ ସହ ପାଳିତ ହୋଇଯାଇଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଆମ୍ବଗାଁ ପଞ୍ଚାୟତ ତେନ୍ତୁଲିଖୁଣ୍ଟି ଗ୍ରାମସ୍ଥିତ ପାହାଡ଼ରେ ଗିରିଗୋବର୍ଦ୍ଧନ ପୂଜା ଓ ନାମଯଜ୍ଞ ।କୁନାସିଲାକେନ୍ଦ୍ରର ଆଞ୍ଚଳିକ ମଗଧା ଯାଦବ ଗୋପାଳନ ସମାଜ ଦ୍ବାରା ଆୟୋଜିତ ଗିରିଗୋବର୍ଦ୍ଧନ ପୂଜା ଓ ନାମ ଯଜ୍ଞ ପାଇଁ ମଙ୍ଗଳବାର କଳସ ଯାତ୍ରା ଓ ଅଧିବାସ ହୋଇଥିଲା।ବୁଧବାର ପୂଜା ଓ ନାମଯଜ୍ଞ ହୋଇଥିବା ସ୍ଥଳେ ଗୁରୁବାର ପୂର୍ଣ୍ଣାହୃତି ହୋଇଯାଇଛି। ଉକ୍ତ ପୂଜା ଓ ଯଜ୍ଞକାର୍ଯ୍ୟରେ ପୁରୋହିତ ଦିଲିପ ମିଶ୍ର ପୂଜାର୍ଚ୍ଚନା କରିଥିବା ସ୍ଥଳେ କର୍ତ୍ତା ଭାବେ ତ୍ରୀନାଥ ମାହାର ଓ ପତ୍ନୀ କାମିନୀ ମାହାର ଏବଂ ଧନୁର୍ଦ୍ଧର ମାହାର ପତ୍ନୀ ଗୁପ୍ତେଶ୍ଵରୀ ମାହାର କର୍ତ୍ତାକାର୍ଯ୍ୟତୁଲାଇଥିଲେ। ସେହିପରି କେନ୍ଦ୍ରର ସଭାପତି ଲିଙ୍ଗରାଜ ସେଲମା, ସଂପାଦକ ଷଢ଼ାନନ କାଲସେ,ସଦସ୍ୟ ଦଇତାରି ମାହାର, ବସୁଦେବ ମାହାର, ରମେଶ ପୋଢ,ରୋହିତ ନାଗ, ଶେଷଦେବ ମାହାର, ଦଶମୁ ବଗର୍ତ୍ତୀ, ସାଏବ ନାଗ, ଭୂଜନ ବାଘ, ଗୌରାଙ୍ଗ ଚିରଗୁଣି, ସଂପତି ବାଘ, ନିଳାମ୍ବର ପୋଢ ଓ ସମସ୍ତ ଗ୍ରାମବାସୀ ପୂଜା ଓ ନାମଜଜ୍ଞରେ ସହଯୋଗ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର

Related Articles

Back to top button