Breaking News
ଠାକୁର ଅଭିରାମ ପରମହଂଶଙ୍କ ଚତୁର୍ଥ ବାର୍ଷିକ ସମ୍ମିଳନୀ ଉତ୍ସବ ପାଳନ।


ଭୁବନେଶ୍ବର ଆଜି ସ୍ଥାନୀୟ ନିଳାଦ୍ରୀ ବିହାର ସ୍ଥିତ ହରେକୃଷ୍ଣ ନଗରରେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ସମସ୍ତ ଅଧିବାସୀ ମାନଙ୍କ ଦ୍ଵାରା ଠାକୁର ଅଭିରାମ ପରମହଂସ ନାମ ସଙ୍କୀର୍ତ୍ତନ ଓ ବାର୍ଷିକ ଉତ୍ସବ ମହା ଆଡମ୍ୱରରେ ପାଳିତ ହେଉଛି। ପୁରୀରୁ ସନାତନ ଧର୍ମୀ ପୂଜକମାନଙ୍କ ଦ୍ଵାରା ପୂଜା ପାଠ ହୋମ ଯଜ୍ଞ ଇତ୍ୟାଦି ସମ୍ପୂର୍ଣ୍ଣ ରୀତି ନୀତି ଆଧାରରେ କରାଯାଇ ପରିବେଶକୁ ଅତ୍ୟନ୍ତ ଧର୍ମୀୟ ଭାବାବନରେ ଆଚ୍ଛାଦିତ କରିପାରିଛି। ଭକ୍ତ ମାନଙ୍କପାଇଁ ପ୍ରସାଦ ସେବନ ପ୍ରବଚନ ଓ ଭକ୍ତି ଭାବ ପୂର୍ଣ୍ଣ ନାଚ ଗୀତ କାର୍ଯକ୍ରମ ଚାଲିଛି ବୋଲି କହିଛନ୍ତି ମୁଖ୍ୟ ପରିଚାଳକ ବସନ୍ତ ବେହେରା। ଜନ ମାନସରେ ଧର୍ମୀୟ ଭାବନା ଜାଗ୍ରତ କରିବା ସହ ସମାଜରୁ କୁସଂସ୍କରକୁ ଦୂରେଇବା ପାଇଁ ଠାକୁର ଅଭିରାମ ପରମହଂସ ଯେଉଁ ପୁରାଣ ଶାସ୍ତ୍ର ମାଧ୍ୟମରେ ବହୁ ବିଧିବିଧାନ ଛାଡ଼ିଯାଇଛନ୍ତି ତାକୁ ଶିକ୍ଷା ଲାଭ କରିବା ପାଇଁ ସମସ୍ତେ ଆଗେଇଆସିବା ସମୟ ଆସିଛି ବୋଲି କହିଛନ୍ତି ବାବା ପରମେଶ୍ବର।
ରିପୋର୍ଟ ଦେବ ପ୍ରସାଦ ମହାନ୍ତି




