Breaking News

୩୭ତମ କଲରାକୋଠା କାଳୀପୂଜା ତୃତୀୟ ସଂଧ୍ୟା– ମହିଷାସୁରଙ୍କ ସ୍ବର୍ଗପୁର ଆକ୍ରମଣ ନାଟକ ମଞ୍ଚସ୍ଥ ।

 

କଣ୍ଟାମାଳ,୨୨/୧୦/୨୦୨୫ : ସମର୍ଥ ସମାଚାର (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲ କଣ୍ଟାମାଳ ବ୍ଳକ କଲରାକୋଠା ୟୁଥ ଫ୍ରେଣ୍ଡସ ଆସୋସିଏସନ ଦ୍ୱାରା ଆୟୋଜିତ ୩୭ତମ ଶାରଦୀୟ କାଳୀପୂଜା ର ତୃତୀୟ ସନ୍ଧ୍ୟାରେ ଆୟୋଜିତ ମହିଷାଶୁର ଦରବାର ର ରଙ୍ଗସଭାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ,କମେଡି କିଙ୍ଗ ରୂପେଶ ଜୋଜୋ ଓ ରିୟା ଙ୍କ ହସ କଥା ଦର୍ଶକ ଙ୍କୁ ହସର ଖୋରାକ ଯୋଗାଇଥିଲା l ଏଥିସହ ମହିଷାସୁରଙ୍କ ସ୍ବର୍ଗପୁର ଆକ୍ରମଣ ଓ ଇନ୍ଦ୍ରଙ୍କ ପଳାୟନ, ଶୁମ୍ଭ ନିଶୁମ୍ଭଙ୍କୁ ଇନ୍ଦ୍ରପଦ ରେ ଅବସ୍ଥାପିତ ଏବଂ ସମୁଦ୍ର ମନ୍ଥନରୁ ଜାତ ସମସ୍ତ ପଦାର୍ଥ ଉଚ୍ଚଶ୍ରବl ହସ୍ତୀ, ଅମୃତ କଳସ ଏବଂ ରମ୍ଭା ମେନକା ଙ୍କୁ ବଳପୂର୍ବକ ହାତେଇବା ଆଦି ନାଟକ ମଞ୍ଚସ୍ଥ ହୋଇଛି l ତୃତୀୟ ସନ୍ଧ୍ୟାରେ ଆୟୋଜିତ ମହିଷାଶୁର ଦରବାରରେ ରାଜକୀୟ ଅତିଥିଭାବେ ସାମ୍ବାଦିକ ଜୟ କୁମାର ମହାରଣା, ଆଇନଜୀବୀ ମଣ୍ଟୁ ସାହୁ, ପଶ୍ଚିମ ଓଡ଼ିଶାର ହାସ୍ୟକାର ରୂପେଶ ଜୋଜୋ ଓ ରିୟା ପ୍ରମୁଖ ଯୋଗଦେଇ ସାନ୍ଧ୍ୟ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ଗ୍ରାମାଞ୍ଚଳ ରେ ଆୟୋଜିତ ଏହି ବିରାଟ କାର୍ଯ୍ୟକ୍ରମର ଉଦ୍ୟକ୍ତା ମାନଙ୍କ ପ୍ରଚେଷ୍ଠାକୁ ପ୍ରଶଂସା କରିଥିଲେ l ମହିଷାସୁର ଦରବାର ରେ ଆୟୋଜିତ ରଙ୍ଗସଭା କୁ ଧାରଣୀସେନ ସାହୁ ପରିଚାଳନା କରିଥିବାବେଳେ କମିଟି ସଭାପତି ପ୍ରଫୁଲ୍ଲ ସାହୁ, ସମ୍ପାଦକ ପ୍ରକାଶ ରଣା ପ୍ରମୁଖ ସହଯୋଗ କରିଥିଲେ l ପୂଜକ ଭାବେ ସୁବାସ ରଥ ପୂଜାକାର୍ଯ୍ୟ ତୁଲାଇଥିବା ବେଳେ ଗୁରୁ ଓ କର୍ଣ୍ଣ ସାହୁ ସହଯୋଗ କରିଛନ୍ତି l ତୃତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ମହିଷାସୁରଙ୍କ ସ୍ବର୍ଗପୁର ଆକ୍ରମଣ ନାଟକରେ ମହିଷାଶୁର ଭୂମିକାରେ ଅଭିନୟ କରୁଥିବା ବର୍ଷିଆନ କଳାକାର ସୁଶିଲ କୁମାର ମେହେର ଙ୍କ ଉଚ୍ଚ କୋଟିର ଅଭିନୟ କୁ ସାଧାରଣରେ ଭୁୟସୀ ପ୍ରଶଂସା କରିଥିଲେ l ମହାମନ୍ତ୍ରୀ ଭୂମିକାରେ ଦଶରଥ ଦନ୍ତା, ସେନାପତି /ଚକ୍ଷୁର – ଭାଗିରଥି ହୋତା, ଶୁମ୍ଭ – ରାମ ଗୋପାଳ ପୁରୋହିତ, ନିଃଶୁମ୍ଭ ସାତ୍ଵିକ ମୁଗୁରି, ସୁରେଶ ମେହେର- ନାରଦ ଓ ନରସିଂହ ରଥ -ଇନ୍ଦ୍ର, ଉମାକାନ୍ତ ହାତୀ -ପ୍ରହରୀ, କାଞ୍ଚନ ଲୁହା -ଦୁର୍ଗା, ପାଟରାଣୀ ଇନ୍ଦ୍ରାବତୀ- ବେବିନା ସମେତ ଟୁଇଙ୍କିଲି, ପୂଜା, କୃତିକା ଆଦି ଅଭିନୟ କରିଥିଲେ l ପୋଲିସ ଓ ପୂଜା କମିଟି ସଦସ୍ୟଙ୍କ ଉଦ୍ୟମରେ ଶାନ୍ତିଶୃଙ୍ଖଳାର ସହିତ ଦର୍ଶକ ବିଳମ୍ୱିତ ରାତ୍ର ପର୍ଯ୍ୟନ୍ତ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର

Related Articles

Back to top button