Breaking News

ଘଣ୍ଟାପଡ଼ା ହାଇସ୍କୁଲ ପଡ଼ିଆରେ ଜୋନ ସ୍ତରୀୟ ଖୋକୋ ଓ କବାଡି ପାଇଁ ଖେଳାଳୀ ଚୟନ ।

କଣ୍ଟାମାଳ:-୨୩/୧୦/୨୫: ସମର୍ଥ ସମାଚାର ( ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଜୋନର ୧୪ ବର୍ଷରୁ କମ ଓ ୧୭ ବର୍ଷରୁ କମ ଖୋ ଖୋ ଓ କବାଡି ନିମନ୍ତେ ବାଳକ ଓ ବାଳିକା ବର୍ଗରୁ ଖେଳାଳୀ ଚୟନ ପାଇଁ ପ୍ରତିଯୋଗୀତା ହୋଇଯାଉଛି।ଘଣ୍ଟାପଡ଼ା ସମାଲେଶ୍ଵରୀ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ଖେଳାଳୀ ଚୟନ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ସ୍ଥାନୀୟ ହାଇସ୍କୁଲର ପ୍ରଧାନ ଶିକ୍ଷକ ପିତବାସ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡା ପତକା ଉତ୍ତୋଳନ ପରେ ଖେଳ ଆରମ୍ଭ ହୋଇଥିଲା। ଉକ୍ତ ଖେଳାଳୀ ଚୟନ କାର୍ଯକ୍ରମରେ ଘଣ୍ଟାପଡ଼ା, ନୂଆଁପାଲି,ଆମ୍ବଗାଁ, ଉମା, ରିଙ୍ଗାପଡ଼ା,ବରଗାଁ, ଖୁଣ୍ଟିଗୋରା, ଦିଗୁନମାଲ ହାଇସ୍କୁଲଗ ମୋଟ ୧୯୨ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ପଣ୍ଡାଙ୍କସହ ସମ୍ମାନୀତ ଅତିଥିଭାବେ ନୂଆଁପାଲି ହାଇ ସ୍କୁଲର ପ୍ରଧାନଶିକ୍ଷକ ଅନନ୍ତ ଚରଣ କ୍ଷେତି, ବ୍ଳକ କ୍ରୀଡ଼ା ସଂପାଦକ ସୁଦାମ ମିଶ୍ର, ବରିଷ୍ଠ କ୍ରୀଡା ଶିକ୍ଷକ ପଞ୍ଚାନନ ପ୍ରଧାନ ଓ ଅରୁଣ ଖଟୁଆ ମଞ୍ଚାସୀନ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ସେହିପରି କ୍ରୀଡା ଶିକ୍ଷକ ମହେନ୍ଦ୍ର ସାହୁ, ଶଶୀଭୂଷଣ ପ୍ରଧାନ,ମନ୍ଦାକିନୀ ବଗର୍ତ୍ତୀ, ଅଜିତ ବିଶି, ପ୍ରଦୀପ ପ୍ରଧାନ, ପ୍ରଦୀପ୍ତ ରାଉତ,ସନ୍ତୋଷ ସାହୁ, ମୁରଲୀଧର ରଣା,ବିଶ୍ଵଜିତ ପ୍ରଧାନ ପ୍ରମୁଖ ଖେଳ ପରିଚାଳନା କରିଥିବା ସ୍ଥଳେ ସମସ୍ତ ଶିକ୍ଷକ ,କର୍ମଚାରୀ ସହଯୋଗ କରିଥିଲ।

Related Articles

Back to top button