Breaking News

ଡମ୍ଫର – ଡାଲା ପିକ୍ ଅପ୍ ମୁହାଁମୁହିଁ, ଡାଲାରେ ବସିଥିବା ଶ୍ରମିକମାନଙ୍କ ମଧ୍ୟରୁ ୨ ମହିଳା ମୃତ ଓ ୯ଜଣ ଗୁରୁତର ।

 

Breaking – news

ଡମ୍ଫର – ଡାଲା ପିକ୍ ଅପ୍ ମୁହାଁମୁହିଁ,

ଡାଲାରେ ବସିଥିବା ଶ୍ରମିକମାନଙ୍କ ମଧ୍ୟରୁ ୨ ମହିଳା ମୃତ ଓ ୯ଜଣ ଗୁରୁତର ।

 

କଣ୍ଟାମାଳ:-୨୨/୧୦/୨୫: ସମର୍ଥ ସମାଚାର (ପ୍ରଭାତ କୁମାର ସାହୁ) ପେଟ ପାଇଁ ବାହାରକୁ ଖଟିଯିବା ହେଲା କାଳ l କାମ କରିଯିବା ବେଳେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଲୋଇସିଂ ଠାରେ ପିକଅପ ଭ୍ୟାନ – ହାଇୱା ମୁହାଁମୁହିଁ l ୨ ମହିଳାଙ୍କ ମୃତ୍ୟୁ ହୋଥିବାବେଳେ ୯ ଜଣ ଗୁରୁତର l ମୃତକ ମାନେହେଲେ କଳାବତୀ କିସାନ ଓ ସୁକୁନି କିମାନ ।ସୂଚନା ଅନୁସାରେ ଶ୍ରମିକମାନେ ନିଜର ଜୀବନ ନିର୍ବାହ ପାଇଁ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ରୁ କନ୍ଧମାଳ ଜିଲ୍ଲା ବାଲନ୍ଦାପଡ଼ାର ଘାଟି ରାସ୍ତାର (ବୌଦ୍ଧ ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତା ) କାମପାଇଁ ଭଡ଼ାରେ ଆସୁଥିବା ପିକ୍ ଅପ ଠିକ୍ ସଂଧ୍ୟା ୮.୩୦ମି.ମଧ୍ୟରେ କଣ୍ଟାମାଳ ଥାନାର ଲୁଇସିଂପାଖରେ ପହଞ୍ଚି ସାରିଥିଲା। ଆଉ ଅଳ୍ପବାଟ ଯାଇଥିଲେ ନିଜର କାର୍ଯ୍ୟସ୍ଥଳିରେ ପହଞ୍ଚିଥାନ୍ତେ, କିନ୍ତୁ ଅପର ପଟରୁ ଦୃତ ଗତିରେ ଆସୁଥିବା ଏକ ହାଇୱା ସହିତ ଧକ୍କା ଲାଗିଥିଲା। ଧକ୍କା ଏତେ ଜୋର ହୋଇଥିଲା ଯେ ଆଖି ପାଖ ଗାଁଲୋକେ ଚମକି ପଡିଥିବା ଲୋକେ କହୁଛନ୍ତି। ସଂଗେ ସଂଗେ ଗୁରୁତର ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରୁଥିବା ଜଣାପଡିଛି।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର

Related Articles

Back to top button