ପାଇକା ନଦୀ କୁ ଗାଧୋଇବାକୁ ଯାଇ ନଦୀ ଜଳରେ ନିଖୋଜ ହେଇଗଲେ ୩ ଜଣ ବାଳକ !!


ତିର୍ତ୍ତୋଲ ::-(କୃଷ୍ଣାନନ୍ଦପୁର )ନଦୀ ଜଳରେ ଗାଧୋଇବା ପାଇଁ ସାଙ୍ଗ ହୋଇ ଯାଇଥିଲେ ତିନିଜଣ ବାଳକ !କିଏ ଜାଣିଥିଲା ସେମାନଙ୍କ ଜୀବନକୁ ନେବା ପାଇଁ ସେଇ ପାଣିରେ ଛକି ବସିଥିଲା କାଳଯମ !ଯେଉଁଠାରୁ ବାଲି ମାଫିଆ ବେଆଇନ ଭାବେ ଗଭୀର ଭାବେ ଖୋଳି ବାଲି ଉଠାଇଥିଲା ସେଇ ସ୍ଥାନରେ ତିନି ଜଣ ସାଙ୍ଗ ଗାଧୋଇବାକୁ ଯାଇ ନିଖୋଜ ହୋଇଗଲେ ! ଧସାବାଲିରେ ଖସି ଯାଇ ଅଥଳ ଜଳରେ ବୁଡି ଗଲେ !ବହୁ ଖୋଜାଖୋଜି କଲା ପରେ ଯେଉଁ ଶରୀର ମିଳିଲା ତାହା ଠାରେ ଜୀଵନ ନଥିଲା ! ଥିଲା ନିର୍ଜୀଵ ନିସ୍ତବ୍ଦ ପାଣି ପିଆ ଶରୀର !ଯାହାକୁ ଦେଖି ଅଞ୍ଚଳର ଲୋକେ ମର୍ମାହତ ଓ ଶୋକାକୂଳ !ଏପରି ମର୍ମବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅଧୀନ କୃଷ୍ଣାନନ୍ଦପୁର ପଞ୍ଚାୟତ ରେ ପାଇକାକୁଳ ବସ୍ତି ଅଞ୍ଚଳରେ !ଖବରରୁ ପ୍ରକାଶ ଯେ
କୃଷ୍ଣାନନ୍ଦପୁର ସାଇଫେନ ନିକଟବର୍ତ୍ତୀ, ବାଲିଉଠାଘାଟ ନିକଟରେ, ନଈ କୁ ତିନିସାଙ୍ଗ ଗାଧେଇବାକୁ ଯାଇଥିଲା ବେଳେ, ଜଣ ଜଣ କରି ତିନି ଜଣ ବାଳକ ନଦୀରେ ବୁଡ଼ିଯାଇଥିଲେ । ସେମାନଙ୍କ ମଧ୍ୟରେ କାଲୁ ମଲ୍ଲିକ ଙ୍କ ୧୮ବର୍ଷୀୟ ପୁଅ ସୌରଭ ମଲ୍ଲିକ, ଯିଏ +୨ କରି ଆଇ ଟି ଆଇ ରେ ପଢୁଥିବା ବେଳେ , ନରି ବେହେରାଙ୍କ ୧୪ ବର୍ଷୀୟ ପୁଅ ଶିଶିର ବେହେରା,ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ସେହିପରି ଅକ୍ଷୟ ମଲ୍ଲିକ ଙ୍କ ୧୫ ବର୍ଷୀୟ ପୁଅ ଅମନ୍ କୁମାର ମଲ୍ଲିକ ସରସ୍ୱତୀ ଶିଶୁ ମନ୍ଦିରରେ ୧୦ମ ଶ୍ରେଣୀରେ ପାଠ ପଢୁଥିଲେ । ଏହି ତିନି ସାଙ୍ଗ, ପାଇକl ନଦୀ ରେ ଗାଧେଇବା ବେଳେ, ନଦୀଜଳରେ ବୁଡ଼ି ଯାଇଥିଲେ। ଖବର ପାଇ ସେମାନଙ୍କ ପରିବାର ଲୋକ ମାନଙ୍କ ସହିତ ସ୍ଥାନୀୟ ପୋଲିସ, ଅଗ୍ନୀଶମ ବାହିନୀ ର ଅଧିକାରୀ ମାନେ ଓ ଗ୍ରାମବାସୀ ମାନଙ୍କ ଦ୍ବାରା ପ୍ରଥମେ ଜଣ ଙ୍କୁ ଉଦ୍ଧାର କରି ରଘୁନାଥପୁର ମେଡିକାଲ ନିଆ ଯାଇଥିଲା ! ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ !ତାପରେ ଆଉ ଜଣଙ୍କୁ ଉଦ୍ଧାର କରାଯାଇଥିଲେ ସୁଦ୍ଧା ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇସାରିଥିଲା ! ନ୍ୟୂଜ ଲେଖା ହେବା ବେଳକୁ ଅନ୍ୟ ଜଣଙ୍କର ପତ୍ତା ମିଳିନାହିଁ !ଏହି ଦୁଃଖ ଦାୟକ ଓ ହୃଦୟ ବିଦାରକ ଘଟଣା ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ! ସମସ୍ତଙ୍କ ମୁହଁରେ ଗୋଟିଏ କଥା ଚର୍ଚ୍ଚା ହେଉଛି ଯେ ବାଲି ମାଫିଆ ଙ୍କ ସ୍ବେଛାଚାରୀ କାର୍ଯ୍ୟ ପାଇଁ ନିରୀହ ପିଲାଙ୍କ ଜୀଵନ ଯାଇଛି ! ସରକାରୀ ଗାଇଡ଼ ଲାଇନ ଅନୁସାରେ ଯେତିକି ଗଭୀର ବାଲି ଉଠିବା କଥା, ତହିଁରୁ ଦୁଇଗୁଣା ଅଧିକ ବାଲି ଉଠେଇ ଚାରିଆଡେ ଖାଲ କରି ଦେବା ଫଳରେ ସର୍ବସାଧାରଣ ଚଳିବା ସ୍ଥାନରେ ଅକାତ କାତ ପାଣି ରହିଛି ! ଯାହା ସକାଶୁ ବିପଦଶଂକୁଳ ଅବସ୍ଥାରେ ଥିବା ନଦୀ ଜଳରେ ଚଳପ୍ରଚଳ ହେବା ଅସମ୍ଭବ ହୋଇପଡିଛି ! ଏପରି ସ୍ଥଳ କୁ ମାନ୍ୟବର ଜିଲ୍ଲାପାଳ ମହୋଦୟ ଥରେ ମାତ୍ର ପରିଦର୍ଶନ କରି ବାଲି ଉଠେଇବାକୁ ଅନୁମତି ପତ୍ର ପ୍ରଦାନ କରନ୍ତୁ ଏବଂ ଆକସ୍ମିକ ବିପଦ ରେ ମୃତ ବାଳକ ମାନଙ୍କ ପାଇଁ ସେମାନଙ୍କ ପରିବାର କୁ ବିଧିବଦ୍ଧ ଭାବେ କ୍ଷତି ପୂରଣ ପ୍ରଦାନ କରନ୍ତୁ ବୋଲି ଅଞ୍ଚଳବାସୀ ପ୍ରାର୍ଥନା ନିବେଦନ କରିଛନ୍ତି !!
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ସମାଚାର !!




