Breaking News

ସର୍ବ ଭାରତୀୟ ରଗବୀ ଦଳରେ ବୌଦ୍ଧ ଜିଲ୍ଲାର ଯୁଗଳ କିଶୋର ମାଝୀ 

 

କଣ୍ଟାମାଳ,୨୨।୧୦(ପ୍ରଭାତ କୁମାର ସାହୁ): ଚଳିତ ମାସ ୨୫-୨୬ ତାରିଖରେ ଗୋଆରେ ହେବାକୁ ଥିବା ଏସିଆ ରଗବୀ ଏମିରେଟ୍ସ-୭ ଟ୍ରଫି ୨୦୨୫ ଟୁର୍ଣ୍ଣାମେଣ୍ଟରେ ପୁରୁଷ ସିନିଅର ବିଭାଗ ପକ୍ଷରୁ ଖେଳିବା ପାଇଁ ସର୍ବ ଭାରତୀୟ ଜାତୀୟ ରଗବୀ ଦଳ ପକ୍ଷରୁ ମନୋନୀତ ହୋଇଛନ୍ତି ଓଡିଶାର ରଗବୀ ଖେଳାଳି ଆଦିବାସୀ ପୁଅ ଯୁଗଳ କିଶୋର ମାଝୀ । ବୌଦ୍ଧ ଜିଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଅଧିନ କୁଲୁତାଯୋର ପଞ୍ଚାୟତ ଗିଧାମାଳ ଗ୍ରାମର ଆଦିବାସୀ ଯୁବକ ହେଉଛନ୍ତି ଯୁଗଳ କିଶୋର ମାଝୀ । ସେ ସ୍ବର୍ଗତ ହେମନ୍ତ ମାଝୀ ଓ ନିଦ୍ରା ମାଝୀଙ୍କ ସୁପୁତ୍ର ଅଟନ୍ତି l ଯୁଗଳ ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ କିସରେ ଇକୋନୋମିକସ ଅନର୍ସରେ ପିଜି କରୁଛନ୍ତି l ସେ ପୂର୍ବରୁ ଓଡିଶା ରଗବୀ ଦଳ ବାଳକ ବିଭାଗର ଅଧିନାୟକ ଭାବେ କାର୍ଯ୍ୟ କରିଥିଲେ । ୨୦୧୯ ଜୁନ ୧୪ ରୁ ୧୬ ପର୍ଯ୍ୟନ୍ତ ଚଣ୍ଡିଗଡ଼ର ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଜୁନିଅର ଜାତୀୟ ରଗବୀ ସେଭେନ୍ସ ଚାମ୍ପିଅନସିପରେ ସେମିଫାଇନାଲ୍ ପହଞ୍ଚିଥିବା ଓଡ଼ିଶା ୧୮ବର୍ଷରୁ କମ ବାଳକ ଦଳର ଅଂଶ ଥିଲେ । ୩୦ ଜୁନ ୨୦୨୪ରେ ପୁନେର ଶିବ ଛତ୍ରପତି ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ସିନିୟର ପୁରୁଷ ଜାତୀୟ ରଗବୀ-୭ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ଜିତିଥିବା ଓଡ଼ିଶା ଦଳର ଖେଳାଳୀ ଥିଲେ । ୩୧ ଜାନୁଆରୀ ୨୦୨୫ରେ ଉତ୍ତରାଖଣ୍ଡର ଡେରାଡୁନର ଗଙ୍ଗା ଆଥଲେଟିକ୍ସ ଗ୍ରାଉଣ୍ଡରେ ୩୮ ତମ ଜାତୀୟ କ୍ରୀଡାରେ ବ୍ରୋଞ୍ଜ ପଦକ ଜିତିଥିବା ଓଡ଼ିଶା ପୁରୁଷ ରଗବୀ-୭ ଦଳର ମଧ୍ଯ ଖେଳାଳୀ ଥିଲେ । ଗତ ୨୧ ତାରିଖରେ ଦୁବାଇରେ ହେବାକୁଥିବା ଇଣ୍ଟରନେସନାଲ ରଗବି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳରେ ଖେଳିବାକୁ ମନୋନୀତ ଖବର ପ୍ରସାରିତ ହେବାପରେ ଗାଁ ମାଟିରେ ଖୁସିର ଲହର ଖେଳିଯାଇଛି । ଚାରିଆଡ଼ୁ ପ୍ରଶନ୍‌ସାର ସୁଅ ଛୁଟିବାରେ ଲାଗିଛି।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର

Related Articles

Back to top button