ଜିଲ୍ଲା କ୍ରିକେଟ୍ ସଂଘ କାର୍ଯ୍ୟାଳୟ ଠାରେ ବିଂଶତମ ବୌଦ୍ଧ ପୁସ୍ତକ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ଷ୍ଟାଡିଅମ ପରିସରରେ ଥିବା ଜିଲ୍ଲା କ୍ରିକେଟ୍ ସଂଘ କାର୍ଯ୍ୟାଳୟ ଠାରେ ବିଂଶତମ ବୌଦ୍ଧ ପୁସ୍ତକ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଆୟୋଜକ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମର ସଭାପତି ଦିବ୍ୟ ଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଫୋରମର୍ ସମ୍ପାଦକ ଯୁଗଳ କିଶୋର ସାମଲ ବିଗତ ବର୍ଷର ବିବରଣୀ ଉପସ୍ଥାପନ କରିଥିଲେ | ଚଳିତ ବର୍ଷର ବିଂଶତମ ବୌଦ୍ଧ ପୁସ୍ତକ ମେଳା ଆସନ୍ତା ଡିସେମ୍ବର 1 ତାରିଖ ଠାରୁ 7 ତାରିଖ ପର୍ଯ୍ୟନ୍ତ ବୌଦ୍ଧ କଚେରୀ ପଡିଆ ଠାରେ ଆୟୋଜିତ ହେବ | ବିଭିନ୍ନ ଦିବସରେ ବିଭିନ୍ନ ସାହିତ୍ୟ ସଭା ଓ ବୌଦ୍ଧିକ ଆଲୋଚନା ଚକ୍ର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ବୈଠକରେ ଆଲୋଚନା ହୋଇଥିଲା | ଏହି ବୈଠକରେ ଫୋରମର ବରିଷ୍ଠ ସଦସ୍ୟ ଚିତ୍ତ ରଞ୍ଜନ ସିଂ, ପ୍ରକାଶ ମେହେର, ସତ୍ୟଜିତ ପଣ୍ଡା, ସୁଧାଂଶୁ ଶେଖର ମିଶ୍ର,ପ୍ରୀତି ରଞ୍ଜନ ଦାଶ, ବାସୁଦେବ ସାହୁ, ଦିବ୍ୟ ରଞ୍ଜନ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ସାହୁ, ଦେବାନନ୍ଦ ସାହୁ, ସତ୍ୟ ନାରାୟଣ ପାଣି, ସୁମନ୍ତ ମେହେର, ପୂର୍ଣ୍ଣଚନ୍ଦ୍ର ସାହୁ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ହୋଇଥିବା ବେଳେ ସୁକାନ୍ତ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l




