Breaking News

କଣ୍ଟାମାଳରେ ଶ୍ରୀ ଅନ୍ନ ସଚେତନତା ରଥ ଶୁଭାରମ୍ଭ 

 

କଣ୍ଟାମାଳ:-୨୨।୧୦।୨୫ ସମର୍ଥ ସମାଚାର(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କୃଷି କାର୍ଯ୍ୟାଳୟ ଠାରୁ ଓଡ଼ିଶା କୃଷି ବିଭାଗ ଏବଂ ସ୍ବେଛାସେବୀ ଅନୁଷ୍ଠାନ ୱାଇସିଡିଏ କଣ୍ଟାମାଳର ମିଳିତ ସହଯୋଗରେ ଶ୍ରୀ ଅନ୍ନ ଅଭିଯାନ ସଚେତନତା ରଥ ଶୁଭାରମ୍ଭ ହୋଇଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ଶ୍ରୀ ଅନ୍ନ ଅଭିଯାନର ଜିଲ୍ଲା ସଂଯୋଜକ ଜିତେନ୍ଦ୍ର କର୍ଜି, ବ୍ଲକ କୃଷି ଅଧିକାରୀ ଲଳିତ ସାହୁ, ବ୍ଲକ ସଂଯୋଜକ ଶୁଭ୍ରାଂଶୁ ସାହୁ ସବୁଜ ପତାକା ଦେଖାଇ ଶ୍ରୀ ଅନ୍ନ ସଚେତନତା ରଥର ଶୁଭାରମ୍ଭ କରିଥିଲେ l ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ରଥ କଣ୍ଟାମାଳ ବ୍ଲକ କୃଷି କାର୍ଯ୍ୟାଳୟରୁ ବାହାରି ବ୍ଳକ ଅଞ୍ଚଳର ବିଭିନ୍ନ ଗାଁ ଗୁଡିକ ବୁଲି ବୁଲି ମାଣ୍ଡିଆ ଚାଷ ଏବଂ ମାଣ୍ଡିଆ ଖାଦ୍ୟ ଉପରେ ସଚେତନତା କରିବା ସହ ମାଣ୍ଡିଆ ଚାଷ ପ୍ରତି ଲୋକଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ଶ୍ରୀ ଅନ୍ନ ରଥ ମାଧ୍ଯମରେ ସଚେତନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର

Related Articles

Back to top button