Breaking News

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଳାପାଳଙ୍କୁ ଦାବୀପତ୍ର

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଳାପାଳଙ୍କୁ ଦାବୀପତ୍ର

କୋଇଲା ଚୋରୀ ରୋକିବା ଓ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ

ତାଳଚେର, ୨୨/୧୦ ତାଳଚେର ଅଂଚଳରେ ଦିନକୁ ଦିନ କୋଇଲା ଚୋରୀ ବଢ଼ିବାରେ ଲାଗିଛି । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଦୈନିକ କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି । ତାଳଚେରରୁ କୋଇଲା ଚୋରୀର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ନେଇ ଘଂଟପଡା ଟ୍ରକ୍ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତାଳଚେର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ କରାଯାଇଅଛି ଯେ, ଏମ୍‌.ସି.ଏଲ୍‌. ଓ କୋଲ୍ ୱାସେରୀ ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁଁ ସରକାର କୋଟି କୋଟି ଟଙ୍କା କ୍ଷତି ସହୁଛନ୍ତି । ଦୈନିକ ହଜାର ହଜାର ଟନ୍ କୋଇଲା କେବଳ ଗ୍ଲୋବାଲ୍ କୋଲ୍ ୱାସେରୀକୁ ଯାଉଛି । ଯାହାର ସଠିକ୍ ତଦାରଖ କରାଯାଉ ନାହିଁ । ନିୟମ ମୁତାବକ ପ୍ରତି ୧୦ ଚକିଆ ଟ୍ରକ୍ ରେ ୧୮ ଟନ୍ ଓ ୧୨ ଚକିଆ ଟ୍ରକ୍ ରେ ୨୨ ଟନ୍ କୋଇଲା ପରିବହନ କରାଯିବା କଥା । କିନ୍ତୁ ଏହି ନିୟମକୁ ଉଲଂଘନ କରି ଅଧିକା କୋଇଲା ଟ୍ରକ୍ ରେ ପରିବହନ କରାଯାଉଅଛି । ସାଧାରଣ ଗାଡି ମାଲିକଙ୍କ ଗାଡି ୱେ ବ୍ରିଜ୍ ରେ ଓଜନ କଲା ବେଳେ ଏମ୍‌.ସି.ଏଲ୍‌. ଓ ମାଇନିଂ ବିଭାଗ ରହି କରୁଅଛନ୍ତି । କିନ୍ତୁ ୱାସେରୀ କ୍ଷେତ୍ରରେ ଏହା ବ୍ୟତୀକ୍ରମ ହେଉଛି । ରୋଡ୍ ସେଲ୍ ର ନିୟମ ଅନୁସାରେ ୨୪ ଘଂଟା ଲୋଡିଂ ହେବାର ବ୍ୟବସ୍ଥା ରହିଛି । କିନ୍ତୁ ସାଧାରଣ ଟ୍ରକ୍ ମାଲିକଙ୍କ ପାଇଁ ଏହି ନିୟମ ୧୨ ଘଂଟା (ସକାଳ ୬ ରୁ ସଂଧ୍ୟା ୬) କିନ୍ତୁ ୱାସେରୀ ପାଇଁ ୨୪ ଘଂଟା ଲୋଡି ଓ ପରିବହନ କରାଯାଉଛି । ରୋଡ୍ ସେଲ୍ ରେ ସାଧାରଣ ଟ୍ରକ୍ ମାଲିକଙ୍କ ପାଇଁ ପରଚି ସିକ୍ୟୁରିଟି ଯାଂଜ କରି ଗାଡି ଲୋଡି ପାଇଁ ପଠାଯାଉଛି । କିନ୍ତୁ ୱାସେରୀ କ୍ଷେତ୍ରରେ ଏହା ବ୍ୟତୀକ୍ରମ ଦେଖାଦେଉଛି । ଗ୍ଲୋବାଲ୍ କୋଲ୍ ୱାସେରୀ ପ୍ରତି ଏମ୍‌.ସି.ଏଲ୍‌. କର୍ତୃପକ୍ଷଙ୍କର ଏତେ ଅନୁକଂପା କାହିଁକି ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହାର ବିଧିବଦ୍ଧ ତଦନ୍ତ ଏସ୍‌.ଆଇ.ଟି. କିମ୍ବା ସି.ବି.ଆଇ. ଦ୍ୱାରା କରାଗଲେ ଅନେକ ସତ୍ୟ ପଦାକୁ ଆସିବ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ରାଜସ୍ୱ ହାନୀ ଘଟିବ ନାହିଁ । ଦାବୀପତ୍ରର ନକଲ ଉପ-ଜିଲ୍ଲାପାଳ, ତାଳଚେର, ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ତାଳଚେର ଉପ-ଖଣି ନିର୍ଦ୍ଦେଶକ, ତାଳଚେର ଏସ୍‌.ଡି.ପି.ଓ, ତାଳଚେର/କୋଲିୟରୀ/ବିକ୍ରମପୁର ଥାନାକୁ ପ୍ରଦାନ କରାଯାଇଛି । ଆଜିର ଏହି ଦାବୀପତ୍ର ପ୍ରଦାନ ବେଳେ ରାଜ କିଶୋର ସାହୁ, ଅଶୋକ ଦାସ, ବାପୁନ୍ ସାହୁ, ଜିନେସ୍ ସାହୁ, ଆରବ୍ୟ ସାହୁ, ଅଜିତ୍ ସାହୁ, ପରେଶ ପ୍ରଧାନ, ସିଲା ସାହୁ, ସଂଜୟ ସ୍ୱାଇଁ, ଲିପୁ ଦେହୁରୀ, ଅନିଲ୍ ପ୍ରଧାନ, ପ୍ରକାଶ ସାହୁ, ଦୀପକ ଦେହୁରୀ, ଅଶ୍ୱିନୀ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Back to top button