Breaking News

ଭବାନୀପାଟଣାରେ ସାଇବର ସୁରକ୍ଷା ଅଭିଯାନ

 

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଟାଉନହଲ ଠାରେ ବୁଧବାର ସାଇବର ସୁରକ୍ଷା ଅଭିଯାନ ଓଡିଶା -୨୦୨୫ର ଶୁଭାରମ୍ଭ ହୋଇଯାଇଅଛି। କଳାହାଣ୍ଡି ଏସପି ନାଗରାଜ ଦେବର କୋଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସାଂସଦ ମାଳବିକା ଦେବୀ,ସମ୍ମାନୀତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ମାଁ ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟର ଭାରପ୍ରାପ୍ତ କୁଳପତି 

ଡ଼.ନିବେଦିତା ନାଥ,ଦକ୍ଷିଣ ବନଖଣ୍ଡ ଅଧିକାରୀ ଆର କଲାଇ ଭାନନ, ଅତିରିକ୍ତ ଏସପି ସୁଧାଂଶୁ ଶେଖର ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରି ପ୍ରମୁଖ ଯୋଗଦେଇଥିଲେ। ସଚେତନତା ମାଧ୍ୟମରେ ସାଇବର ଅପରାଧକୁ ରୋକାଯାଇ ପାରିବ ବୋଲି ଅତିଥି ମାନେ କହିଥିଲେ। ଏହି ଅବସରରେ ଅତିଥିଙ୍କ ଦ୍ୱାରା ଏକ ସାଇବର ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା। ଯାହାକି ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳ ବୁଲି ଲୋକଙ୍କୁ ସାଇବର ଠକେଇ ଓ ତାହାର ସୁରକ୍ଷା ଉପରେ ଲୋକଙ୍କୁ ସଚେତନତା କରିବ।ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ସମାଚାର

Related Articles

Back to top button