Breaking News

ଦୀର୍ଘ ୧୨ ବର୍ଷ ସଂଘର୍ଷ ର ଫଳ ପାଇଲେ ଗଣ୍ଡାମେର ଗ୍ରାମ ବାସୀ

 

ଶୁଭ ଉଦଘାଟନ ରେ ଯୋଗଦାନ କଲେ ଧର୍ମଗଡ ବିଧାୟକ ।

 

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗଣ୍ଡାମେର ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ଦୀର୍ଘ ୧୨ବର୍ଷ ଧରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉନ୍ନୀତ କରଣ ପାଇଁ ଗଣ୍ଡାମେର ଗ୍ରାମବାସି ଦାବି କରି ଆସୁଥିଲେ । ତତ୍ ସହିତ ଗତ ୨୦୨୩ ମସିହା ମାର୍ଚ୍ଚ ୨୭ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟକୁ ତାଲା ବନ୍ଦ କରି ଆନ୍ଦୋଳନ ମଧ୍ୟ କରିଥିଲେ ।ପରେ ଦୀର୍ଘ ୯ ମାସର ତାଲା ବନ୍ଦ ପରେ ବିଦ୍ୟାଳୟ ପରିଚାଳନା ସ୍ଵାଭାବିକ ହୋଇଥିଲା ।ଗତ ବିଜେଡି ସରକାରଙ୍କ ସମୟରେ ଏହି ବିଦ୍ୟାଳୟଟି ଉନ୍ନୀତ ହୋଇପାରି ନ ଥିବା ବେଳେ ୧୮-୮-୨୦୨୫ ତାରିଖରେ ବିଜେପି ସରକାର ଗଣ୍ଡାମେର ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉନ୍ନତ ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇଥିବାରୁ ଗଣ୍ଡାମେର ଗ୍ରାମବାସୀଙ୍କ ଦୀର୍ଘ ଦଶ ବର୍ଷ ର ସ୍ବପ୍ନ/ଦାବୀ ସଫଳ ହୋଇଥିଲା । ଏହି ଅବସରରେ ଗଣ୍ଡାମେର କେନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଉଦ୍ଘାଟନ ଉତ୍ସବରେ ଶ୍ରୀପରୀକ୍ଷିତ ଖର୍ସେଲ ଅତିଥି ପରିଚୟ ଓ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଵା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଘ୍ନରାଜ ରାଉତ ସଭାପତିତ୍ବ କରିଥିଲେ ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ମାନ୍ୟବର୍ ବିଧାୟକ ସୁଧିର ରଂଜନ ପଟ୍ଟଯୋଶୀ ,ସମ୍ମାନିତ ଅତିଥି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜୁନାଗଡ଼ ବିଧାୟକ ପ୍ରାର୍ଥୀ ଶ୍ରୀ ମନୋଜ କୁମାର ମେହେର, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ, ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ରାଜେଶ ନାୟକ ପ୍ରମୁଖ ଉପସ୍ଥିତ ରହି ଶୁଭ ଉଦ୍ଘାଟନ କରିଥିଲେ। ତାପରେ ଛାତ୍ର ଛାତ୍ରୀଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା ସମିତି ଓ ଗ୍ରାମବାସି ସହଯୋଗ କରି ଥିବା ବେଳେ ସୁଶାନ୍ତ କୁମାର ନାଏକ ମଞ୍ଚ ପରିଚାଳନା ଓ ଶ୍ରୀଭାବଗ୍ରାହି ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ।ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ସମାଚାର

Related Articles

Back to top button