ଶାରଳା କେନାଲ ରେ ଭାସୁଥିବା ଏହି ଅଚିହ୍ନା ମହିଳା ଶବଟି କାହାର ???

ତିର୍ତ୍ତୋଲ ::- କେନାଲ ର ଜଳରେ ଭାସି ଭାସି ଆସୁଥିଲା ଜଣେ ଉଲଗ୍ନ ମହିଳାଙ୍କ ଶବ !ଦେଖୁଥିଲେ ଶହ ଶହ ଲୋକ !କାହାର ଏ ଶବ ? କେମିତି ଓ କୋଉଠୁ ଆସିଲା ଏ ଶବ ? ଶବଟି ଉଲଗ୍ନ ହେଲା କେମିତି ? କେହି ଦୃବୁର୍ତ୍ତ ଏହାଙ୍କ ସହିତ ଦୁଷ୍କର୍ମ କରି ନାହାନ୍ତି ତ ? ଏହା ହତ୍ୟା ନା ଆତ୍ମହତ୍ୟା ? ଅନେକ ପ୍ରଶ୍ନ ଯାହାର ଉତ୍ତର ରହସ୍ୟମୟ ଲାଗୁଥିଲା !ଏପରି ସନ୍ଦିଗ୍ଧ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ପଞ୍ଚାୟତ ଶାରଳା ହାଟ କେନାଲ ମଧ୍ୟରେ !ଖବର ଅନୁସାରେ ତାଳଦଣ୍ଡା ମୁଖ୍ୟ କେନାଲ ରୁ ନୂଆପଡ଼ା ଠାରୁ ବାହାରିଥିବା ୧୨ ନମ୍ବର ଶାରଳା କେନାଲ ରେ,ଜଣେ ଅପରିଚିତା ମହିଳାଙ୍କ ଶବ ଭାସି ଭାସି ଆସୁଥିବାର ଦେଖିବାକୁ ମିଳିଥିଲା। ଶାରଳା ହାଟ ପୋଲ ନିକଟରେ ଏହି ଦୃଶ୍ୟ ଦେଖିବା ପରେ ସେଠାରେ ଶହ ଶହ ଲୋକ ଜମା ହୋଇ ଯାଇଥିଲେ । କିଛି ସମୟ ମଧ୍ୟରେ ଖବର ପାଇ ତିର୍ତ୍ତୋଲ ପୋଲିସ ଓ ପରେ ପରେ ଅଗ୍ନିଶମ ବାହିନୀର ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ମାତ୍ର ମୃତ ମହିଳା ଙ୍କ ଶବ ଟି ପ୍ରବାହିତ ଜଳସ୍ରୋତ ରେ ପ୍ରାୟ ଏକ କିଲୋମିଟର ଭାସି ଯାଇ ଅରଡଙ୍ଗ ସାଇଫନ୍ ପାଖରେ ପହଞ୍ଚିଥିଲା !ତିର୍ତ୍ତୋଲ ପୋଲିସ ମୃତ ମହିଳା ଙ୍କ ଶବ କୁ ଉଦ୍ଧାର କରିବା ସହିତ, ଶବଟିକୁ ବ୍ୟବଚ୍ଛେଦ ପାଇଁ ପଠେଇ ଥିଲେ ! କିନ୍ତୁ ଅଚିହ୍ନା ମହିଳା ଜଣକ କିଏ? ବାଇପାସ କେନାଲ କୁ ଆସିଲା କେମିତି ?ତାଙ୍କୁ କେହି ମାରିଦେଇ କେନାଲ କୂ ଫିଙ୍ଗି ଦେଇ ନାହାନ୍ତି ତ ? ମହିଳା ର ଶବ ଟି ଉଲଗ୍ନ ଅବସ୍ଥାରେ ଥିବାରୁ, ହୁଏତ କେହି ଦୁଷ୍କର୍ମ କରିବା ପରେ, ମାରିଦେଇ ଏପରି ଫିଙ୍ଗିଦେଇ ନାହାନ୍ତି ତ ? ସ୍ଥାନୀୟ ଅଞ୍ଚଳରେ ଏମିତି ବିଭିନ୍ନ ପ୍ରକାରର ସନ୍ଦେହ ମୂଳକ ଚର୍ଚ୍ଚା ଜୋର ଧରିଛି।ଆଶା କରାଯାଏ ମୃତ ମହିଳା ଙ୍କ ପରିଚୟ ମିଳିବା ଓ ପୋଷ୍ଟମଟମ ରିପୋର୍ଟ ଆସିଲା ପରେ ଏହି ରହସ୍ୟମୟ ଘଟଣା ର ପର୍ଦ୍ଦାଫାସ ନିଶ୍ଚିତ ହେଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି !ଦେଖିବାକୁ ରହିଲା ବାସ୍ତବ ସତ୍ୟ ଉନ୍ମୋଚନ ହେଉଛି କି ନାହିଁ !!
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ସମାଚାର !!




